ଟାଙ୍ଗୀ ବାଇପାସ୍ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ୟାଙ୍କର

ଟାଙ୍ଗୀ(କେନ୍ୟୁଜ୍): ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ୟାଙ୍କର। ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ରେ ଏକ ଚଳନ୍ତା ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କରଟି ପାରାଦୀପରୁ ବ୍ରହ୍ମପୁର ଆସୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଏଥିରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଟାଙ୍ଗୀ ପୋଲିସ ଟ୍ୟାଙ୍କରକୁ ଜବତ କରି ତଦନ୍ତ କରୁଛି।