ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍, ୧୦ ଯାତ୍ରୀ ଆହତ

ମହାକାଳପଡା (କେନ୍ୟୁଜ) : ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ଓରତ ବଡିହ ରାସ୍ତାର ଓରତଘାଟ ନିକଟ କୁମାରୁଣୀ ଛକ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଭୋର ସମୟରେ ଗୌରୀଶଙ୍କର ନାମକ ଯାତ୍ରୀବାହୀ ବସଟି ବଡିହରୁ କଟକ ଯାଉଥିଲା। କିଛି ସମୟ ଆସିବା ପରେ ବଡିହ କୁମାରୁଣୀ ଛକ ନିକଟରେ ଦୁର୍ଘଟଣା ଘଟିଥିଲେ। ତେବେ ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସମସ୍ତେ କେନ୍ଦ୍ରପଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।