Below header

୭ଦିନ ହେଲା ଅନ୍ଧାରରେ ବାଙ୍କସାହିର ୧ଶହ ପରିବାର

ଚାନ୍ଦବାଲି :  ୭ଦିନ ହେଲା ଅନ୍ଧାରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରଈପୁର ପଂଚାୟତର ବାଙ୍କସାହି ଗାଁ। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ପାଇଁ ପାଖାପାଖି ଶହେ ପରିବାର ୭ଦିନ ହେଲା ଅନ୍ଦାରରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ବିଦ୍ୟୁତ ନଥିବାରୁ ବହୁ ହଇରାଣ ହେଉଛନ୍ତି ଗାଁ ଲୋକେ। ପିଲା ଠାରୁ ବୁଢା ସମସ୍ତେ ହଇରାଣ। ଛାତ୍ରଛାତ୍ରୀମାନେ ପାଠ ପଢିପାରୁନଥିବା ବେଳେ ସଂନ୍ଧ୍ୟା ହେଲେ ଡିବିରି ବତି ଖୋଜା ପଡୁଛି। ବିଦ୍ୟୁତ ନଥିବାରୁ ପାଇପ ପାଣି ଆସୁନି ତେଣୁ ପିଇବା ପାଣି ପାଇଁ ମଦ୍ୟ ବହୁ ହଇରାଣ ହେଉଛନ୍ତି ବଙ୍କସାହି ବାସିନ୍ଦା ।

CHNDBALI-2

ବିଦ୍ୟୁତ ବିଲ ବାକି ଥିବାରୁ ବିଦ୍ୟୁତ କନେକସନ କଟାଯାଇଥିବା କଥା ବିଦ୍ୟୁତ କର୍ମଚାରି କହୁଥୁବା ବେଳେ ଗାଁର ଅ୍‌ଧିକାଂଶ ପରିବାର ବିଦ୍ୟୁତ ବିଲ ଦେଇଛନ୍ତି ଅଳ୍ପ କେତେ ପରିବାର ବିଦ୍ୟୁତ ବିଲ ଦେଇନାହାଁନ୍ତି ହେଲେ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ବିଲ ଆଦାୟ କରିବା ପରିବର୍ତେ ବିଦ୍ୟୁ କାଟି ଗାଁକୁ ୭ଦଦିନ ହେଲା ଅନ୍ଧାର କରିଦେଇଛନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ତ।।ତି ମଦ୍ୟ ବଢିବାରେ ଲାଗିଛି । ବିଦ୍ୟୁ ନଥିବାରୁ ନାଁ ଫ୍ୟାନ ଘୁରୁଛି ନାଁ ମବାଇ ଚାଲୁଛି ସବୁ କିଛି ଅଚଳ ହୋଇପଡିରହିଛି । ଅନ୍ୟପଟେ ଏ ସମଂସ୍ୟାର ସମାଧାନ ବାବଦରେ ଗାଁର କିଛି ଲୋକ ଅସୁରାଳି ଯାଇ ବିଦ୍ୟୁତ ବିଭାଗର ଉପରିସ୍ଥ ଅଫିସରଙ୍କୁ ଭେଟିଥିବା ବେଳେ କୈାଣସି ସମାଧାନ ହୋଇନପାରିବାରୁ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ବିଦ୍ୟୁତ ବିଲ ଦେଇନଥିବା ଲୋକଙ୍କ ବିଦ୍ୟୁତ କାଟ କରି ବିଦ୍ୟୁତ ବିଲ ଦେଇଥିବା ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଯଦି ୨ଦିନ ଭିତରେ ଏହି ସମସ୍ୟାର ସମାଧାନ ନହୁଏ ତେବେ ବାଙ୍କସାହଗି ବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.