Below header

ଭଦ୍ରକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ୨ ମୃତ, ୧୦ ଆହତ

ଭଦ୍ରକ (କେନ୍ୟୁଜ୍) : ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ଛକ ନିକଟରେ ଦୁର୍ଘଟଣା ହୋଇଛି । ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ତିନି ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀ ବସଟି ଉତ୍ତରପ୍ରଦେଶରୁ ପୁରୀ ଅଭିମୁଖେ ଯାଉଥିଲା । ଲକ୍ଷ୍ମୀନାରାୟଣ ମନ୍ଦିର ଛକଠାରେ ଛିଡ଼ା ହୋଇଥିବା ଏକ ବାଉଁଶ ବୋଝେଇ ଟ୍ରକକୁ ବସ୍ଟି ପଛପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ବସ୍ ଡ୍ରାଇଭର ଓ ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରାତି ପାଖାପାଖି ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ବସରୁ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭଦ୍ରକ ଉପଜିଲ୍ଲାପାଳ ସୁଚାରୁ ବଳ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉତ୍ତରପ୍ରଦେଶ ଫେରାଇ ନେବା ପାଇଁ ବ୍ୟବସ୍ଥା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.