କେନ୍ଦ୍ରାପଡ଼ା ଫେଲ୍ ମାରିଲା ଡକାୟତି ଯୋଜନା, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଫେଲ୍ ମାରିଲା ଡକାୟତି ଯୋଜନା । କେନ୍ଦ୍ରାପଡ଼ା ଚାନ୍ଦୋଳ-ଡେରାବିଶ ରୋଡରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ । ସନ୍ତୋଷର ଡାହାଣ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତ୍ତି କରାଯାଇଛି । ସନ୍ତୋଷ ବାଇକରେ ଘରକୁ ଫେରୁଥିବା ବେଳେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ଓ ଡେରାବିଶ୍ ପୋଲିସ ମଳିତ ଭାବେ ସନ୍ତୋଷକୁ ଅଟକାଇବାକୁ ଉଦ୍ୟମ କରିଥିଲା ।

ଏହି ସମୟରେ ସନ୍ତୋଷ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ଫଳରେ ପୋଲିସ ସନ୍ତୋଷଙ୍କୁ ଗୁଳି ମାରିଥିଲା । ସନ୍ତୋଷର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସନ୍ତୋଷ ନିକଟରୁ ବନ୍ଧୁକ, ଗୁଳି ଓ ବାଇକ୍ ଜବତ ହୋଇଛି। ତା ନାଁରେ ୮୦ରୁ ଅଧିକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.