୫ ରାଜ୍ୟରେ ଘୋଷଣା ହୋଇଛି ନିର୍ବାଚନ ତାରିଖ : ମୋଦି ଓ ରାହୁଲଙ୍କର ଜୋରଦାର ପ୍ରଚାର ଅାରମ୍ଭ

ନୂଆଦିଲ୍ଲୀ (କେନ୍ୟୁଜ୍) : ୨୦୧୯ ଫାଇନାଲ ପୂର୍ବରୁ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଖେଳାଯିବ ସେମିଫାଇନାଲ୍ । ଘୋଷଣା ହୋଇ ସାରିଛି ୫ ରାଜ୍ୟ ନିର୍ବାଚନ ତାରିଖ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ-ନଭେମ୍ବର ୧୨, ଦ୍ୱିତୀୟ ପର୍ଯ୍ୟାୟ-ନଭେମ୍ବର ୨୦ ଓ ଫଳାଫଳ ଡିସେମ୍ବର ୧୧ରେ ବାହାରିବ । ମଧ୍ୟପ୍ରଦେଶ ଓ ମିଜୋରାମରେ ନଭେମ୍ବର ୨୮ରେ ମତଦାନ ହେବ । ସେହିପରି ମଧ୍ୟପ୍ରଦେଶ-ମିଜୋରାମରେ ମଧ୍ୟ ନଭେମ୍ବର ୨୮ରେ ଭୋଟିଂ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇ ସାରିଛି ।

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ଓ ରାହୁଲ ଗାନ୍ଧି ମଧ୍ୟପ୍ରଦେଶରେ ପ୍ରଚାର କରିଥିଲେ । ଉଭୟ ରାଜ୍ୟରେ ରହିଛି ବିଜେପି ସରକାର । ଏହାସହ ଛତିଶଗଡ଼ରେ ମଧ୍ୟ ବିଜେପିର ରମଣ ସିଂହଙ୍କ ସରକାର ରହିଛି । ଏହି ତିନିଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ସିଧା ଟକ୍କର ହେଉଛି । ଏହି ତିନିଟି ରାଜ୍ୟରେ ବିଜେପି ବିରୋଧରେ ମେଣ୍ଟ ଗଠନ କରିବାରେ ବିଫଳ ହୋଇଛି କଂଗ୍ରେସ । ମିଜୋରାମରେ ରହିଛି କଂଗ୍ରେସ ଓ ତେଲେଙ୍ଗାନାରେ ରହିଛି ତେଲେଙ୍କାନା ରାଷ୍ଟ୍ର ସମିତିର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.