ବସ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ; ଜଣେ ଗୁରୁତର

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ମୁଖ୍ୟ ରାସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବସ - ବାଇକମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜଳେଶ୍ବର (କେନ୍ୟୁଜ): ବସ – ବାଇକମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ମୁଖ୍ୟ ରାସ୍ତା ନିକଟରେ ଦୁର୍ଘଟଣା ହୋଇଛି । ବସ୍‌କୁ ଧକ୍କା ଦେଇ ରାସ୍ତା ପାଖ ନାଳକୁ ଛିଟିକି ପଡିଥିଲେ ୨ ବାଇକ ଆରୋହୀ । ମେଡିକାଲକୁ ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଥିଲା । ବାକି ଅନ୍ୟ ଗୁରୁତର ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ବସକୁ ଅଟକ ରଖି ତଦନ୍ତ କରୁଛି କମର୍ଦ୍ଦା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.