ତୈଳଦର ହ୍ରାସ ପରେ କମିଲା ବସ୍ ଭଡ଼ା, ଆଜିଠାରୁ ନୂଆ ଭଡା ଲାଗୁ

ଭୁବନେଶ୍ବର(କେନ୍ୟୁଜ୍): କମିଲା ବସ୍ ଭଡ଼ା । ତୈଳଦର ହ୍ରାସ ପରେ କମିଛି ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୯୨ ପଇସାରୁ ୮୯ପଇସାକୁ ହ୍ରାସ । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୯୬ ପଇସାରୁ ୯୩ ପଇସାକୁ କମିଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ଏକ ଟଙ୍କା ୩୫ ପାଇସାରୁ ଏକ ଟଙ୍କା ୨୯ ପଇସାକୁ ହ୍ରାସ ଘଟିଛି ।
ସେହିପରି ଏ.ସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ଏକ ଟଙ୍କା ୬୩ ପଇସାରୁ ଖସି ଏକ ଟଙ୍କା ୫୭ ପଇସା ହେଲା । ସୁପର ପ୍ରିମିୟମ ଫେୟାର କିଲୋମିଟର ପ୍ରତି ୨ ଟଙ୍କା ୫୩ ପଇସାରୁ ୨ଟଙ୍କା ୪୪ ପଇସାକୁ ଖସିଛି । ଆଜିଠାରୁ ଏହି ଭଡ଼ା ଲାଗୁ ହେବ ।