ରସୁଣର ତଡକା ଦେଇ ବଢ଼ିଆ ଭାବେ ବନାନ୍ତୁ ଆଳୁ ବାଇଗଣ ତିଅଣ, ଖାଇବାରେ ଆସିଯିବ ମଜା

ବାଇଗଣ-ଆଳୁ ସବୁ ଘରର କମନ୍ ପରିବା। ଅନେକ ଲୋକ ଏହାକୁ ସୁଖିଲା ବନାନ୍ତି ତ ଆଉ କିଛି ଲୋକ ଏହାକୁ ରସାଳିଆ ବନାନ୍ତୁ। ଯଦି ଆପଣଙ୍କୁ ଜଲଦି ଜଲଦି ବନାଇବାର ଅଛି ଆଉ ଆପଣ ଘରୁ ବାହାରେ ରହୁଛନ୍ତି ତାହେଲେ ଆଳୁ-ବାଇଗଣର ଏହି ସବଜି ଏକଦମ ବଢ଼ିଆ ରହିବ। ଏହି ତରକାରୀ ବନାଇବା ବି ବହୁତ ସହଜ। ଏଥିରେ ବେଶି କିଛି ଜିନିଷର ଆବଶ୍ୟକ ପଡିବନି ମୁଖ୍ୟ ହେଉଛି ଆଳୁ ବାଇଗଣ ଟମାଟୋ। ତାହେଲେ ଆସନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଆଳୁ, ବାଇଗଣ, ଟମାଟୋ, ପିଆଜ, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର, ଲେମ୍ବୁ, ମଟର,ହେଙ୍ଗୁ, ଜିରା, ପାନମଧୁରୀ, ଗରମ ମସଲା, ସୋରିଷ, ଲୁଣ, ଲାଲ ଲଙ୍କା।
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଆଳୁ ଏବଂ ବାଇଗଣକୁ କାଟି ପାଣିରେ ପକାଇ ଦିଅନ୍ତୁ। ଏବେ ପିଆଜ ଏବଂ କଞ୍ଚା ଲଙ୍କାକୁ ଚପରରେ କାଟି ଦିଅନ୍ତୁ। ଆପଣ ଏହାକୁ ଗ୍ରାଇଣ୍ଡରରେ ବି ଚଲାଇପାରିବେ କିମ୍ବା ଛୁରିରେ କାଟି ପାରିବେ। ଏବେ ଏକ ପ୍ୟାନ କିମ୍ବା କଡେଇ ନିଅନ୍ତୁ। ସେଥିରେ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ, ଜିରା, ସୋରିଷ ଏବଂ ପାନମଧୁରୀ ପକାନ୍ତୁ। ଏହା ଫୁଟି ଆସିଲେ ସେଥିରେ ପିଆଜ ଏବଂ ଅଦା-ରସୁଣ ପେଷ୍ଟ ପକାନ୍ତୁ। ମସଲା ଭାଜି ହୋଇଗଲା ପରେ ଟମାଟୋ ପକାଇ ଦିଅନ୍ତୁ। ଏବେ ହଳଦି, ଲୁଣ, ଲଙ୍କା, ଗରମ ମସଲା ପକାନ୍ତୁ। ଯେତେବେଳେ ତେଲ ଗରମ ହେବାକୁ ଲାଗିବ ସେଥିରେ କାଟି ରଖିଥିବା ବାଇଗଣ ଏବଂ ଆଳୁ ପକାନ୍ତୁ। ପାଣି ପକାଇ ମିଡିୟମ୍ ଆଞ୍ଚରେ ପରିବାକୁ ସିଝିବାକୁ ଦିଅନ୍ତୁ। ପରିବା ଯେତେବେଳେ ସିଝିଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଯଦି ରସୁଣ ଫ୍ଲେଭର ଅଲଗା ଭାବେ ଚାହୁଁଛନ୍ତି ତାହେଲେ ଏକ ଚାମଚ ଘିଅ ଗରମ କରନ୍ତୁ, ଏଥିରେ ସୁଖିଲା ଲାଲ ଲଙ୍କା ଏବଂ ରସୁଣ କୋଲା ପକାଇ ତଡକା ଦିଅନ୍ତୁ ଏବଂ ଏହାକୁ ନେଇ ତରକାରୀ ଉପରେ ପକାଇ ଦିଅନ୍ତୁ।