Below header

ରେଲଓ୍ୱେ ଟ୍ରାକରେ ଅଘଟଣ: ଟ୍ରେନ୍‌ ଲାଇନ୍‌କୁ ମାଡ଼ିଗଲା ବସ୍‌, ହେଲପର ଗୁରୁତର

ଟ୍ରେନ୍‌ ଲାଇନ୍‌କୁ ମାଡ଼ିଗଲା ବସ୍‌। ସାମନାରୁ ଆସୁଥିଲା ମାଲଗାଡ଼ି । ତେବେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ବସ୍‌ ଯାତ୍ରୀ । ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା । ଲୋକମାନେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ । ଟ୍ରେନ୍‌ଟି ଦୁର୍ଘଟଣା ଗ୍ରସ୍ତ ବସ୍‌ଠାରୁ ଅଳ୍ପ ଦୂରରେ ଅଟକି ଯାଇଥିଲା ।

ସମ୍ବଲପୁର (କେନ୍ୟୁଜ): ଟ୍ରେନ୍‌ ଲାଇନ୍‌କୁ ମାଡ଼ିଗଲା ବସ୍‌। ସାମନାରୁ ଆସୁଥିଲା ମାଲଗାଡ଼ି । ତେବେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ବସ୍‌ ଯାତ୍ରୀ । ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା । ଲୋକମାନେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ । ଟ୍ରେନ୍‌ଟି ଦୁର୍ଘଟଣା ଗ୍ରସ୍ତ ବସ୍‌ଠାରୁ ଅଳ୍ପ ଦୂରରେ ଅଟକି ଯାଇଥିଲା ।  କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାଖ ଟ୍ରେନ୍‌ ଲାଇନ୍‌ ଭିତରେ ପଶିଯାଇଥିଲା। ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ବେଳେ ହେଲପରଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି । ଆହତମାନଙ୍କୁ ଚିିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏକ ବଡ଼ ବିପଦରୁ ରକ୍ଷା ପାଇ ଯାଇଛନ୍ତି ଯାତ୍ରୀ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ଖବର ଅନୁଯାୟୀ, ନଡ଼ିଆରାଣୀ ନାମକ ଏହି ଘରୋଇ ବସ୍‌ ଭୁବନେଶ୍ୱରରୁ ବରଗଡ଼ ବିଜେପୁରକୁ ଆସୁଥିଲା । ଏହି ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ନିକଟରେ ଥିବା ଟ୍ରେନ୍‌ ଟ୍ରାକ ଉପରେ ଚଢି ଯାଇଥିଲା। ବସ୍‌ଟି ଟ୍ରାକ ଉପରେ ଥିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହାନୀ ପହଞ୍ଚି ଟ୍ରାକ ନିକଟରୁ ବସ୍‌ଟିକୁ ହଟାଇଛନ୍ତି । ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.