ଘରୋଇ କଳିରୁ ଜଘନ୍ୟ କାଣ୍ଡ, ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ସ୍ୱାମୀ ଓ ସ୍ତ୍ରୀ ଘରୋଇ କଳିର କରୁଣ ପରିଣତି। ବୌଦ୍ଧ ଜିଲ୍ଲା ଚନ୍ଦ୍ରପୁର ଗାଁରେ ପାରିବାରିକ କଳହକୁ ନେଇ ଅଘଟଣ। ସ୍ତ୍ରୀକୁ କୋଦାଳରେ ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ କନକ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ହତ୍ୟାକାରୀ ସ୍ବାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି ।

ବୌଦ୍ଧ (କେନ୍ୟୁଜ): ସ୍ୱାମୀ ଓ ସ୍ତ୍ରୀ ଘରୋଇ କଳିର କରୁଣ ପରିଣତି। ବୌଦ୍ଧ ଜିଲ୍ଲା ଚନ୍ଦ୍ରପୁର ଗାଁରେ ପାରିବାରିକ କଳହକୁ ନେଇ ଅଘଟଣ। ସ୍ତ୍ରୀକୁ କୋଦାଳରେ ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ କନକ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ହତ୍ୟାକାରୀ ସ୍ବାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି । ଜହ୍ନ।ପଙ୍କ ଫାଣ୍ଡି ପୋଲିସର ତଦନ୍ତ ଆରମ୍ଭ ।

ପ୍ରାଥମିକ ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ସ୍ତ୍ରୀ କନକ ପ୍ରଧାନ ସହିତ କୌଣସି ଏକ କଥାକୁ ନେଇ ସାମାନ୍ୟ କଳହ ହୋଇଥିଲା । ପରେ ପରେ କଳହଟି ଚରମ ସୀମାରେ ପହଞ୍ଚିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ମଧ୍ୟ ହୋଇଥିଲା ଏବଂ ସ୍ବାମୀ ପୂର୍ଣ୍ଣ ପ୍ରଧାନ ଘରେ ଥିବା ଏକ କୋଦାଳ ସାହାଯ୍ୟରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସ୍ଵାମୀ ଜଣକ ନିଜ ଘରୁ ଫେରାର ମାରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.