Below header

ସାହାରା ଦେଲେ ଉପଜିଲ୍ଲାପାଳ, ବାପ ମା’ ଛେଉଣ୍ଡ ଗରିବ ପିଲାର ନାଁ ଲେଖାଇ ସୃଷ୍ଟି କଲେ ଉଦାହରଣ

ପାଠ ପଢି ବଡ ମଣିଷ ହେବାର ବହୁତ ଇଚ୍ଛା କିନ୍ତୁ ବାଟ ଓଗାଳିଥିଲା ଆର୍ଥିକ ପରିସ୍ଥିତି । ଅର୍ଥ ଅଭାବରୁ ପୂରଣ ହୋଇପାରୁନଥିଲା ଉଚ୍ଚଶିକ୍ଷା। ହେଲେ କଥାରେ ଅଛି ଅରକ୍ଷିତକୁ ଦଇବ ସାହା । ଭଗବାନ କେତେବେଳେ କାହାକୁ କେଉଁ ରୂପରେ ଆସି ସାହାରା ଦିଅନ୍ତି ସେକଥା କେହି କହିପାରିନଥାନ୍ତି । ଯେମିତି ଘଟିଛି ଏଇ ଗରିବ ବାପାମା ଛେଉଣ୍ଡ ପିଲାଟି ସହିତ ।

ପାଟଣାଗଡ(କେନ୍ୟୁଜ୍):  ପାଠ ପଢି ବଡ ମଣିଷ ହେବାର ବହୁତ ଇଚ୍ଛା କିନ୍ତୁ ବାଟ ଓଗାଳିଥିଲା ଆର୍ଥିକ ପରିସ୍ଥିତି । ଅର୍ଥ ଅଭାବରୁ ପୂରଣ ହୋଇପାରୁନଥିଲା ଉଚ୍ଚଶିକ୍ଷା। ହେଲେ କଥାରେ ଅଛି ଅରକ୍ଷିତକୁ ଦଇବ ସାହା । ଭଗବାନ କେତେବେଳେ କାହାକୁ କେଉଁ ରୂପରେ ଆସି ସାହାରା ଦିଅନ୍ତି ସେକଥା କେହି କହିପାରିନଥାନ୍ତି । ଯେମିତି ଘଟିଛି ଏଇ ଗରିବ ବାପାମା ଛେଉଣ୍ଡ ପିଲାଟି ସହିତ ।

ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିବା ପରେ ଉଚ୍ଚଶିକ୍ଷା ପାଇଁ ପଇସା ଯୋଗାଡ଼ ହୋଇ ପାରୁନଥିବାରୁ ମନ ଥିଲା ଅନେକ ଦୁଃଖ । ହେଲେ ଏ କଥା ଉପଜିଲ୍ଲାପାଳ ଜାଣିବା ପରେ ସଙ୍ଗେସଙ୍ଗେ ନେଲେ ପଦକ୍ଷପ । ତୁରନ୍ତ ସିଟ ପାଇଥିବା କଲେଜର ପ୍ରିନସିପାଲଙ୍କ ସହ ଯୋଗାଯୋଗ କରି ପିଲାଟିର ନାଁ ଲେଖାଇ ଦେଲେ ମାନବିକତାର ଏକ ବଡ ପରିଚୟ ।

sub collector

ପାଟଣାଗଡ ବ୍ଲକ ତମିଆଁ ଗ୍ରାମପଞ୍ଚାୟତ ଅଏଁଳାତୁଙ୍ଗା ଗାଁ ର ପରୀକ୍ଷିତ ବରିହା । ୨୦୦୮ ମସିହାରେ ମା ଓ ୨୦୨୦ ମସିହାରେ ବାପାଙ୍କୁ ହରାଇବା ପରେ ଏବେ ତାଙ୍କ ସହ ତାଙ୍କ ତିନି ଭାଇଭଉଣୀଙ୍କ ଭରସା ପାଲଟିଛନ୍ତି ବୃଦ୍ଧା ଜେଜେମା । ଦୁଇ ଭଉଣୀ ଗାଁ ହାଇସ୍କୁଲ ରେ ପାଠ ପଢ଼ୁଥିବା ବେଳେ ସାନ ଭାଇ ମାଲପଡା ସେବାଶ୍ରମରେ ପଢୁଛନ୍ତି। ପରୀକ୍ଷିତ ଗାଁ ହାଇସ୍କୁଲରୁ ୧୦ମ ପାସ୍ କରିବା ପରେ କଲେଜରେ ନାଁ ଲେଖାଇବା ପାଇଁ ଚାହିଁଥିଲେ । ହେଲେ ଟଙ୍କାନଥିବାରୁ ବିଭିନ୍ନ ଲୋକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କିଛି ସୁଫଳ ମିଳିନଥିଲା । ଫଳରେ କିଂ କର୍ତ୍ତବ୍ୟ ବିମୁଢ଼ ହୋଇ ଘରେ ବସି ରହିଥିଲେ ।

school

ତେବେ କଥାରେ ଅଛି ଭଗବାନଙ୍କ କ୍ରୁପା ଯାହା ଉପରେ ଅଛି ସେ କେବେ ବିଫଳ ହେବନି । ତେଣୁ ପରୀକ୍ଷିତଙ୍କ ପାଠ ପଢିବା ଆଶାକୁ କିଛି ସ୍ବେଛାସେବୀ ପାଟଣାଗଡ ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚାଇଥିଲେ । ଏହା ପରେ ସବୁ ବେଳେ ସବୁ ପରିସ୍ଥିତି ରେ ଠିଆ ହୋଇ ସମସ୍ତ କାର୍ଯ୍ୟକୁ ଅତି ସହଜରେ ସମାଧାନ କରିପାରୁଥିବା ଉପଜିଲ୍ଲାପାଳ ଡ଼. ବିଜୟନାନନ୍ଦ ସେଠି ସାଙ୍ଗେସାଙ୍ଗେ ଘସିଏନ ପଞ୍ଚାୟତ ସମିତି ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲଙ୍କ ସହ ଯୋଗାଯୋଗ କରି ପରୀକ୍ଷିତଙ୍କ ନାମ ନିଃଶୁଳ୍କ ଲେଖାଇବା ପାଇଁ ସୁପାରିଶ କରିଥିଲେ ।

ଗରିବ ପିଲାଟିର ପାଠ ପଢାରେ ଡୋରି ଲାଗିବା ପୂର୍ବରୁ ଦେବଦୂତ ସାଜି ଆସିଲେ ଉପଜିଲ୍ଲାପାଳ । ଆଉ ସମୟ ଅତିବାହିତ ନକରି ପରୀକ୍ଷିତଙ୍କ ନାମ ଲେଖାଇବାରେ ସାହାଯ୍ୟ କଲେ । ଏଥିପାଇଁ ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠିଙ୍କୁ ସବୁ ମହଲରୁ ଛୁଟୁଛି ଧନ୍ୟବାଦର ସୁଅ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.