ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକ, ଯାଞ୍ଚ ପରେ ୪୦ ହଜାର ୫ଶହ ଟଙ୍କା ଫାଇନ୍

ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ ଅଟକ । ରୁଟ୍‌ ଅନୁମତି ନଥାଇ ୨୫ ଜଣ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା ବସ । ବସକୁ ମାଳତୀପାଟପୁରଠାରେ ଜିଲ୍ଲା ପରିବହନ ଅଧିକାରୀଙ୍କ ଦ୍ଵାରା ଅଟକ ରଖାଯାଇଛି ।

ପୁରୀ(କେନ୍ୟୁଜ୍): ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ ଅଟକ । ରୁଟ୍‌ ଅନୁମତି ନଥାଇ ୨୫ ଜଣ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା ବସ । ବସକୁ ମାଳତୀପାଟପୁରଠାରେ ଜିଲ୍ଲା ପରିବହନ ଅଧିକାରୀଙ୍କ ଦ୍ଵାରା ଅଟକ ରଖାଯାଇଛି ।

ଯାଞ୍ଚ ବେଳେ ଡ୍ରାଇଭର ମଦ ପିଇଥିବା ଜଣା ପଡିଥିଲା । ପରେ ଗାଡିର କାଗଜପତ୍ର ଯାଞ୍ଚ କରାଯାଇ ବସକୁ ୪୦ ହଜାର ୫ଶହ ଟଙ୍କା ଫାଇନ କରାଯାଇଛି । ଏହାସହ ବସ୍‌ଟିକୁ ପୁରୀ ସଦର ଥାନାରେ ଅଟକ ରଖାଯାଇ ଯାତ୍ରୀଙ୍କୁ ଅନ୍ୟ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ କୋଲକାତା ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.