ତୈଳ ଦର ବୃଦ୍ଧି ହେଲା କାଳ, ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ବର(କେନ୍ଯୁଜ୍) :ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା । ତୈଳ ଦର ବୃଦ୍ଧି ପାଇଁ ଭଡ଼ା ବଢ଼ିଛି । ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ଭଡ଼ା ୨ ପଇସା, ଡିଲକ୍ସ ଓ AC ଡିଲକ୍ସ ବସ୍‌ଭଡ଼ା ୪ ପଇସା ବୃଦ୍ଧି ହୋଇଛି । ସାଧାରଣ ବସ୍‌ରେ ଗଲେ ଏଣିକି ଯାତ୍ରୀଙ୍କୁ କିଲୋମିଟର ପିଛା ୭୨ ପଇସା ଦେବାକୁ ପଡ଼ିବ । ପୂର୍ବରୁ ଥିଲା ୭୦ ପଇସା ।

ticket

ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପ୍ରତି ୭୩ ପଇସାରୁ ବଢ଼ି ୭୫ ପଇସା ହୋଇଛି । ବର୍ଦ୍ଧିତ ଭଡ଼ା ଅନୁସାରେ ଡିଲକ୍ସ ବସ୍‌ରେ ଏଣିକି କିଲୋମିଟ ପ୍ରତି ୧ ଟଙ୍କା ୧ ପଇସା ବଦଳରେ ୧ ଟଙ୍କା ୫ ପଇସା ଆଦାୟ କରିବେ କଣ୍ଡକ୍ଟର । ସେହିପରି AC ଡିଲକ୍ସ ବସ୍‌ ଭଡ଼ା ୪ ପଇସା ବୃଦ୍ଧି ପାଇଁ ୧ ଟଙ୍କା ୨୭ ପଇସା ହୋଇଛି ।

buss

ହୁ ହୁ ହୋଇ ବଢୁଛି ତୈଳ ଦର । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଲିଟର ପ୍ରତି ୩୫ ପଇସା ଓ ଡିଜେଲ ୨୪ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ଆଜି ୮୧ଟଙ୍କା ୬୩ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦାମ୍‌ ହୋଇଛି ୭୩ ଟଙ୍କା ୫୪ ପଇସା । ମୁମ୍ବାଇରେ ପେଟ୍ରୋଲ ଦର ୩୪ ପଇସା ବଢି  ୮୯ ଟଙ୍କାରେ ପହଞ୍ଚିଛି। ଡିଜେଲ ଦାମ୍‌ ୨୫ପଇସା ବଢି ୭୮ ଟଙ୍କା ୦୭ ପଇସା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ଟଙ୍କା ୯୭ପଇସା ଥିବାବେଳେ ଡିଜେଲ ୭୮ଟଙ୍କା ୯୧ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.