Below header

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ସାଲିଆ ସାହିରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।  ଏହାର ମୂଳ ଲକ୍ଷ୍ୟ ପରିବେଶକୁ ସ୍ୱଚ୍ଛ ରଖିବା ଓ ସଚେତନ କରାଇବା । ସାରା ଦେଶରେ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏକ ଚାରା ରୋପଣ କରିବା ସହ ଝାଡୁ ମାରି ସଫେଇ କରିଥିବା ଦେଖାଯାଇଥିଲା । ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସେ ଆହ୍ଵାନ ଦେଇଥିଲେ ।

ଏଥିସହ ପୁରୀରେ ମଧ୍ୟ ପାଳନ ହୋଇଛି ସଫେଇ ଦିବସ  

ପୁରୀ ସ୍ୱର୍ଣ୍ଣିମ ବେଳାଭୂମିରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ, ପୁରୀ ପୌରପାଳିକା ଓ ଇକୋ କ୍ଳବର ମିଳିତ ସହଯୋଗରେ ବେଳାଭୂମି ସଫେଇ କାଯ୍ୟର୍କ୍ରମ ହୋଇଥିଲା । ଏଥିରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ପୌର କାଯ୍ୟର୍ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଉପନଗରପାଳ ଶାନ୍ତିଲତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସହରର ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ବେଳାଭୂମି ସଫେଇ କରିଥିଲେ । ଏହାସହ ପ୍ରଦୂଷଣ ମୁକ୍ତ ଓ ସ୍ୱଚ୍ଛ ବେଳାଭୂମି ସମ୍ପର୍କରେ ସଚେତନ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.