ପାରାଦୀପରେ ପରିବହନ ଠପ୍ : ଜାହାଜରୁ ହେଉନି ଲୋଡିଂ ଓ ଅନଲୋଡିଂ

ପାରାଦୀପ(କେନ୍ୟୁଜ୍) : ବନ୍ଦରର ପରିବହନ କାର୍ୟ୍ୟ ସଂପୂର୍ଣ୍ଣ ଠପ୍ । ବନ୍ଦରର ନିଷିଦ୍ଧାଞ୍ଚଳରେ ଆଜି କୌଣସି ପ୍ରକାର ପଣ୍ୟ କାରବାର ହୋଇନାହିଁ। ଜାହାଜରୁ ଲୋଡିଂ ଓ ଅନଲୋଡିଂ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ଦରରେ କାର୍ୟ୍ୟରତ ଷ୍ଟିଭେଡୋରିଂ ଅଧିନରେ ଥିବା କାର୍ୟ୍ୟରତ ଠିକା ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ଶ୍ରମିକଙ୍କ ଦରମା ବୃଦ୍ଧି, ଇଏସ୍ଆଇ ସୁବିଧା, ପଦୋନ୍ନତି ଆଦି ଦାବି ନେଇ ଷ୍ଟିଭେଡୋରିଂ ସଂସ୍ଥାର ଠିକା ଶ୍ରମିକମାନେ ଏହି ଆନ୍ଦୋଳନ କରୁଛନ୍ତି।

ପୂର୍ବରୁ ଓଏସ୍ଏଲ ଷ୍ଟିଭେଡୋରିଂ ଅଧିନରେ ଥିବା ଠିକା କର୍ମଚାରୀମାନେ ଏସବୁ ଦାବି ନେଇ ଆନ୍ଦୋଳନ କରୁଥିଲେ । କିନ୍ତୁ ସଂପୃକ୍ତ ଷ୍ଟିଭେଡୋରିଂ ସଂସ୍ଥା ଆନ୍ଦୋଳନରତ ଶ୍ରମିକମାନଙ୍କ ସହ କୌଣସି ପ୍ରକାର ଆଲୋଚନା ନ କରି ପାରାଦୀପ ଥାନାରେ ୫ ଜଣ ଶ୍ରମିକଙ୍କ ନାଁରେ ଏତଲା ଦେଇଥିଲା। ଏହାର ପ୍ରତିବାଦରେ ଆଜି ସକାଳୁ ପାରାଦୀପ ବନ୍ଦରରେ କାର୍ୟ୍ୟରତ ସମସ୍ତ ଷ୍ଟିଭେଡୋରିଂ ସଂସ୍ଥାର ଠିକା ଶ୍ରମିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ପାରାଦୀପ ବନ୍ଦରରେ ଆଜି ଜାହାଜରୁ ଅନଲୋଡିଂ କି ଲୋଡିଂ ହେଉନଥିବାରୁ ପଣ୍ୟ କାରବାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.