Below header

ଶ୍ରୀମନ୍ଦିର ନାଟ ମଣ୍ଡପର ଏକ ସେଣ୍ଟ୍ରାଲ ବିମ୍‌ରେ ଫାଟ

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିର ନାଟ ମଣ୍ଡପର ଏକ ସେଣ୍ଟ୍ରାଲ ବିମ୍‌ରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି । ଏବେ ଏହାକୁ ସାମୟିକ ସୁରକ୍ଷା ଦିଆଯାଇଛି । ତେବେ ନାଟମଣ୍ଡପ ଛାତ, ବିମ୍‌ ଓ କଲମର ବିଭିନ୍ନ ଅଂଶ ଦୁର୍ବଳ ଥିବାରୁ ଏହାର ମରାମତି ଜରୁରୀ ହୋଇପଡ଼ିଛି ବୋଲି ବିଶେଷଜ୍ଞ ଟିମ କହିଛନ୍ତି । ଶ୍ରୀମନ୍ଦିର ଯାଞ୍ଚ କାର୍ଯ୍ୟ ସରିବା ପରେ ଆଜି ବିଶେଷଜ୍ଞଙ୍କର ମିଳିତ ବୈଠକରେ ମରାମତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

୩ଦିନ ଧରି ଜଗମୋହନ, ନାଟମଣ୍ଡପ ଓ ଜୟ ବିଜୟ ଦ୍ୱାରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମିଳିତ ବିଶେଷଜ୍ଞ ଦଳ । ଶ୍ରୀମନ୍ଦିର କୋର କମିଟି, ଏଏସଆଇ ସହ ରାଜ୍ୟ ବାହାରୁ ଆସିଥିବା ୩ ଜଣିଆ ଆଇଆଇଟି ବିଶେଷଜ୍ଞ ଟିମ୍‌ ମିଳିତ ଯାଞ୍ଚ କରିଥିଲେ । ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପରେ ସଂଯୋଗ ସ୍ଥଳରେ ଫାଟ ସୃଷ୍ଟି ହୋଇଥିବାରୁ ବର୍ଷା ଜଳ ଶ୍ରୀମନ୍ଦିର ଭିତରେ ପଡୁଛି । ଏହାକୁ ସଂପୂର୍ଣ୍ଣ ଲିକ୍‌ ପ୍ରୁଫ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଶ୍ଚିତ ପଢ଼ନ୍ତୁ : କେରଳକୁ କିମ୍‌ସର ସହାୟତାର ହାତ : ଗଲେ ୨୫ଜଣିଆ ଡ଼ାକ୍ତରୀ ଦଳ

ଆଇଆଇଟି ଚେନ୍ନାଇ ଓ ଖଡ଼ଗପୁରର ବିଶେଷଜ୍ଞମାନେ ଆସନ୍ତା ୩ ମାସ ଧରି ଅନୁଧ୍ୟାନ କରିବା ପରେ ଏନେଇ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ । ଶ୍ରୀମନ୍ଦିରର ବିଭିନ୍ନ ପକେଟରେ ସଫାସୁତୁରା ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ଶ୍ରୀମନ୍ଦିର ପାଇଁ ଏବେ ବଡ଼ ଧରଣର ବିପଦ ନଥିବା ବିଶେଷଜ୍ଞ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.