ବିଜନେସ କ୍ଲବ ଅଫ୍‌ ଇଣ୍ଟରପ୍ରିନୁୟର୍ସର ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ରାଜ୍ୟପାଳ

ବିଜନେସ କ୍ଲବ ଅଫ୍‌ ଇଣ୍ଟରପ୍ରିନୁୟର୍ସ ପାଳିଛି ତାର ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ୍‌) : ବିଜନେସ କ୍ଲବ ଅଫ୍‌ ଇଣ୍ଟରପ୍ରିନୁୟର୍ସ ପାଳିଛି ତାର ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମୋ କଲେଜ ଚେୟାରମ୍ୟାନ୍‌ ଆକାଶ ଦାସନାୟକ, ପବ୍ଲିକ ଏଣ୍ଟରପ୍ରାଇଜ ଡିପାର୍ଟମେଣ୍ଟ ନିର୍ଦ୍ଦେଶକ ପାର୍ଥସାରଥୀ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

୨୦୨୧ରେ ପ୍ରତିଷ୍ଠା ହୋଇଥିବା ଏହି ସଂସ୍ଥା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଲକ୍ଷ୍ୟରେ ସଫଳ ହେବା ପାଇଁ ସହାୟତା କରି ଆସୁଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ଛୋଟ ବଡ଼ ଉଦ୍ୟୋଗୀ ତଥା ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ । ବିଜନେସ କ୍ଲବ ଅଫ୍‌ ଇଣ୍ଟରପ୍ରିନୁୟର୍ସ ବା ବିସିଇ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଯୋଜନା ସ୍ଥିର କରିଛି ।

ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାରିବାରିକ ଓଡ଼ିଆ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ. ଇତିରାଣୀ ସାମନ୍ତଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସଂସ୍ଥାର ପ୍ରତିଷ୍ଠାତା ଡ. ସଞ୍ଜୟ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ITI MADAM

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.