ବ୍ୟାସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ବାଇକରୁ ୧୧ ଲକ୍ଷ ଟଙ୍କାର ଗହଣା ଲୁଟି ନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ଉମରକୋଟ(କେ ନ୍ୟୁଜ): ଘରକୁ ଫେରିବା ବାଟରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିବା ନେଇ ରାଇଘର ଥାନାରେ ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣଙ୍କ ମହୁଭାଟା ଗ୍ରାମର ଆଶାରାମ ଗଣ୍ଡ । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ପାରୁଆ ପଞ୍ଚାୟତ ଅନ୍ତର୍ଗତ ମହୁଭାଟା ଗ୍ରାମର ଆଶାରାମ ଗଣ୍ଡ ପ୍ରାୟ ଦିନରେ ରାଇଘର, ବେହେଡ଼ା, ଚାଟୋରି, ଗୋନା ଆଦି ଗ୍ରାମରେ ହେଉଥିବା ସାପ୍ତାହିକ ହାଟରେ ସୁନା-ରୁପା ଅଳଙ୍କାର ଦୋକାନ ଖୋଲି ବ୍ୟବସାୟ କରିଥାନ୍ତି। ସବୁଥର ପରି ଗୁରୁବାର ଦିନ ବି ସେ ଗୋନା ସାପ୍ତାହିକ ହାଟକୁ ଯାଇଥିଲେ। ଆଉ

ସନ୍ଧ୍ୟା ସମୟରେ ସେ ଘରକୁ ଫେରିବା ବାଟରେ ଭାରସୁଣ୍ଡି ଓ ଛତାବେଡ଼ା ଗ୍ରାମ ମଧ୍ୟରେ ହଠାତ୍ ଚାରି ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆଶାରାମଙ୍କୁ ଅଟକାଇ ଛୁରୀ ଦେଖାଇଥିଲେ। ପରେ ଆଶାରାମ ମୋଟର ସାଇକଲରେ ବାନ୍ଧିଥିବା ଗହଣା ଥିବା ବାକ୍ସକୁ ଲୁଟିନେଇ ଚାଲିଯାଇଥିଲେ । ଏପରିକି ଦୁର୍ବୃତ୍ତମାନେ ଛୁରୀ ଦେଖାଇ ଭୟଭୀତ କରିବା ସମୟରେ ଆଶାରାମଙ୍କ ପେଟରେ ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.