Thomson ଲଞ୍ଚ କଲା ୪୨ ଇଞ୍ଚର ନୂଆ ଶସ୍ତା ସ୍ମାର୍ଟଟିଭି, ଯେଉଁଥିରେ ରହିଛି ଗୁଗଲ ଆସିଷ୍ଟାଣ୍ଟ ସହିତ ଓଟିଟି ପାଇଁ ଅଲଗା ବଟନ

କରୋନା ମହାମାରୀ ମାମଲା ଟିକେ କମ୍ ହେବା ପରେ ବିଭିନ୍ନ କମ୍ପାନୀ ନିଜର ଉତ୍ପାଦ ବଜାରରେ ଲଞ୍ଚ କଲେଣି। ଏମିତିରେ ଫ୍ରାନ୍ସ କମ୍ପାନୀ Thomson ପକ୍ଷରୁ ନୂଆ ସ୍ମାର୍ଟଟିଭି ଲଞ୍ଚ କରାଯାଇଛି। ଭାରତୀୟ ବଜାରକୁ ଧ୍ୟାନରେ ରଖି ଏହାର ଦାମ୍ ବହୁତ କମ୍ ରଖାଯାଇଛି କିନ୍ତୁ ଫିଚର ଜବରଦସ୍ତ ମିଳିଛି।

ଭାରତୀୟ ୟୁଜର୍ସଙ୍କୁ ଧ୍ୟାନରେ ରଖି ଏହି ନୂଆ ଟିଭିକୁ ଲଞ୍ଚ କରାଯାଇଛି। ୪୨ ଇଞ୍ଚର ଫୁଲ୍ ଏଚଡି ଟିଭି ଦାମ୍ ୨୦ ହଜାର ଟଙ୍କା ରହିଛି। ଗ୍ରାହକଙ୍କ ଚାହିଦାକୁ ଦେଖି ଏହାକୁ ପ୍ରସ୍ତୁତ କରାଯାଇଛି। ଛୋଟ ସହରର ଲୋକଙ୍କ ଚାହିଦାକୁ ଧ୍ୟାନରେ ରଖି ଏହି ନୂଆ ଟିଭିକୁ ଲଞ୍ଚ କରାଯାଇଛି। କମ୍ପାନୀ ନୂଆ ଟିଭିକୁ ଫ୍ଲିପକାର୍ଟର ରିପବ୍ଲିକ ଡେ ସେଲ ଅଫରରେ କିଣିପାରିବେ।

tv

ସୂଚନା ଅନୁଯାୟୀ, ଏହି ନୂଆ ଟିଭିରେ ୟୁଜର୍ସ ଗୁଗଲ ଆସିଷ୍ଟାଣ୍ଟ ଏବଂ ଓଟିଟି ପାଇଁ ଡେଡିକେସନ ବଟନ ମିଳିଛି। ଏହା ସହିତ ଇନପୁଟ ପାଇଁ ୩ପାର୍ଟ HDMI 2.0 ମଧ୍ୟ ଦିଆଯାଇଛି। ନୂଆ ଟିଭିରେ ଆପଣଙ୍କୁ ଆଣ୍ଡ୍ରଏଡ ୯.୦ ଅପରେଟିଂ ସିଷ୍ଟମ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.