ଆହୁରି ୩ ଦିନ ଖରା: ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୩ ଟପିଲା

ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଭୀଷଣ ଗ୍ରୀଷ୍ମ ଲହରି । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ ଅଧିକ ରହିବ । ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଭୀଷଣ ଗ୍ରୀଷ୍ମ ଲହରି । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ ଅଧିକ ରହିବ । ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୯, ଭୁବନେଶ୍ୱରରେ ୪୧.୮, ସମ୍ବଲପୁରରେ ୪୩.୨ ଓ ବାଲେଶ୍ୱରରେ ୩୬.୨, ହୀରାକୁଦ: ୪୨.୪ ,ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ,ପୁରୀ: ୩୬.୮ ଡ଼ିଗ୍ରୀ,ଗୋପାଳପୁର: ୩୬ ଡ଼ିଗ୍ରୀ, ପାରାଦୀପ: ୩୪ ଡ଼ିଗ୍ରୀ ସେଲସିୟସ୍‌ ରହିଛି ପାରଦ । ତାତି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ଆଜି ପାଇଁ ୮ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର ଓ ବୌଦ୍ଧକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ଓ ତାପରଦିନ ପାଇଁ ମଧ୍ୟ ଏହି ୮ ଜିଲ୍ଲାକୁ ହିଟ୍‌ େଓ୍ଵଭ୍‌ ଆଲର୍ଟ ଜାରି ହୋଇଛି । ଖରା ସାଙ୍ଗକୁ ଏହି ସମୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ବି ରହିଛି । ୧୫ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.