କ୍ୟାମେରାମ୍ୟାନ୍‌ ହତ୍ୟା ପଛରେ ୱେବ ମାଲିକାଣି ମାଷ୍ଟର ମାଇଣ୍ଡ, ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ

ଚାନ୍ଦବାଲି(କେନ୍ଯୁଜ୍): କ୍ୟାମେରାମ୍ୟାନ୍‌ ହତ୍ୟା ପଛରେ ୱେବ ମାଲିକାଣି ମାଷ୍ଟର ମାଇଣ୍ଡ। ମାନସ ସ୍ୱାଇଁ ହତ୍ୟା ପଛରେ ରହିଛି ୱେବ ଚ୍ୟାନେଲ ମାଲିକାଣୀଙ୍କ ହାତ। ସେ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୋଲିସର ୨ଟି ସ୍ୱତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଣି କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିଛି ଚାନ୍ଦବାଲି ପୋଲିସ।

ପୋଲିସ ସୂଚନା ଅନୁସାରେ, ଫେବୃୟାରୀ ୭ ତାରିଖରେ ନୟାଗଡ଼ ରଣପୁର ଥାନା ଗୋଡ଼ିପୋଖରୀ ଗାଁର ମାନସ ସ୍ୱାଇଁଙ୍କୁ ଚାନ୍ଦବାଲି ନାଲଗୁଣ୍ଡାରୁ ଅପହରଣ କରାଯାଇଥିଲା। ୱେବ ମାଲିକାଣୀ ଓ ତାର ୫ ସହଯୋଗୀ ମାନସଙ୍କୁ ଅପହରଣ କରି ଭୁବନେଶ୍ୱରରେ ଏକ ଆଶ୍ରମରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ରଣପୁର ଥାନା ଗୋଡ଼ିପୋଖରୀ ପାଖରେ ମୃତଦେହ ପୋତି ଦେଇଥିଲେ ଅଭିଯୁକ୍ତ ।

ମୃତ ମାନସ ସ୍ୱାଇଁ ୱେବ୍‌ ମିଡିଆରେ କ୍ୟାମେରାମ୍ୟାନ ଭାବରେ କାମ କରୁଥିଲେ । ରଣପୁର ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ ନିକଟ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଖୁବ୍‌ଶୀଘ୍ର ଅନ୍ୟମାନେ ଧରାହେବେ ବୋଲି କହିଛନ୍ତି ଚାନ୍ଦବାଲି SDPO।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.