Below header

ରୁଷ୍‌ର ଧମକ! ଟ୍ଵିଟରରେ ନିଜ ନାଁ ବଦଳାଇ Elona କଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

ଟ୍ଵିଟରରେ ନିଜ ନାଁ ବଦଳାଇଛନ୍ତି ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ (Elon Musk)। ସେ ନିଜ ନାଁକୁ ବଦଳାଇ ଏଲୋନା ମସ୍କ (Elona Musk) କରିଦେଇଛନ୍ତି। ଏଥିସହ ସେ ଚେଚେନ୍‌ ରିପବ୍ଲିକ୍‌ (Chechen Republic)ର ମୁଖ୍ୟ ରମ୍‌ଜାନ୍‌ କାଡରୋଭ୍‌ (Ramzan Kadyrov)ଙ୍କର ଏକ ଟେଲିଗ୍ରାମ୍‌ ପୋଷ୍ଟକୁ ବି ଟ୍ଵିଟରରେ ସେୟାର କରିଛନ୍ତି। ଏଥିରେ ତାଙ୍କ ନାଁ ପରିବର୍ତ୍ତନ ପଛର କାରଣ ଜଣାପଡ଼ୁଛି।

ଏଲନ୍‌ ମସ୍କ ପୂର୍ବରୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଲଢ଼ିବାକୁ ସର୍ତ୍ତ ରଖିଥିଲେ। ଏହା ପରେ ଭ୍ଲାଦିମିର ପୁଟିନ୍‌ଙ୍କ ସାଙ୍ଗ ଓ Chechen Republic ର ମୁଖ୍ୟ ରମ୍‌ଜାନ୍‌ କାଡରୋଭ୍‌ (Ramzan Kadyrov) ତାଙ୍କୁ ଘେରିଥିଲେ। ଏହା ପରେ ମସ୍କ ନିଜ ନାଁ ବଦଳାଇ Ramzan Kadyrov ଙ୍କୁ କଡ଼ା ଜବାବ ଦେଇଛନ୍ତି।

ଏଲନ୍‌ ମସ୍କ ଲଗାତାର ନିଜ ଟ୍ଵିଟ୍‌ ଯୋଗୁ ଖବରରେ ରହିଥାନ୍ତି। ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ସେ ୟୁକ୍ରେନ୍‌କୁ ଅନେକ ସାହାଯ୍ୟ କରି ଆସୁଛନ୍ତି। ୟୁକ୍ରେନ୍‌ରେ ନେଟ୍‌ଓ୍ଵାର୍କ କନେକ୍ଟିଭିଟିକୁ ରୁଷ୍‌ ଖରାପ କରି ଦେଇଥିବା ବେଳେ ଏଲନ୍‌ ମସ୍କ ସେହି ସମୟରେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇଥିଲେ।

କାହିଁକି ନାଁ ବଦାଇଲେ ଏଲନ୍‌ ମସ୍କ:

ଟେସ୍‌ଲା ସିଇଓ ଏଲନ୍‌ ମସ୍କ ଟ୍ଵିଟରରେ ରୁଷ୍‌ ରାଷ୍ଟ୍ରପତିଙ୍କୁ ଓ୍ଵାନ୍‌ ଅନ୍‌ ଓ୍ଵାନ୍‌ ଫାଇଟ୍‌ ପାଇଁ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ରୁଷ୍‌ର ସ୍ପେସ୍‌ ପ୍ରୋଗ୍ରାମ୍‌ ଏନେଇ ରିଆକ୍ଟ କରି ଏଲନ୍‌ ମସ୍କଙ୍କୁ ଦୁର୍ବଳ ବୋଲି କହିଥିଲେ। ଏହାପରେ ମସ୍କ ଜଣେ ରୁଷ୍‌ ଅଫିସରଙ୍କୁ ମୁର୍ଖ ବୋଲି କହିଥିଲେ। ଟ୍ଵିଟରରେ ଏହି ଦୁଇ ଜଣଙ୍କ ଝଗଡ଼ା ମଧ୍ୟରେ Chechen Republic ର ମୁଖ୍ୟ Ramzan Kadyrov ବି ମୁହଁ ଖୋଲିଥିଲେ। ସେ ମସ୍କଙ୍କ ମଜାକ୍‌ ଉଡ଼ାଇ Alyona ବୋଲି କହିଥିଲେ। ଏହା ପରେ ଏବେ ଏଲନ୍‌ ଟ୍ଵିଟରରେ ନିଜ ନାଁ ବଦଳାଇ Elona Musk କରି ଦେଇଛନ୍ତି।

Also Read: ‘ଦ କଶ୍ମୀର ଫାଇଲ୍ସ’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-ଏମିତି ଫିଲ୍ମ ମାଧ୍ୟମରେ ସତ ଜଣାପଡ଼େ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.