ରେଙ୍ଗାଳି ଭଏରପୁର ଶାଖା କେନାଲ ସାଆନ୍ତାରାପୁର ଠାରେ ୫୦ ଫୁଟର ଘାଇ, ଶହ ଶହ ଏକର ଚାଷ ଜମି ଜଳମଗ୍ନ

ପୁଣି ଭାଙ୍ଗିଲା କେନାଲ

କାମାକ୍ଷାନଗର(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ରେ ପୁଣି ଭାଙ୍ଗିଲା କେନାଲ । ରେଙ୍ଗାଳି ଭଏରପୁର ଶାଖା କେନାଲ ସାଆନ୍ତାରାପୁର ଠାରେ ୫୦ ଫୁଟର ଘାଇ । ଶହ ଶହ ଏକର ଚାଷ ଜମି ଜଳମଗ୍ନ । ରେଙ୍ଗାଳୀ ଶାଖା କୁନିନ୍ଦା ଡିଷ୍ଟୁବ୍ୟୁଟାରୀର ଧଳପଡା ନିକଟରେ ୧୦ ଫୁଟର ଘାଇ ହୋଇ ୫୦ ଏକର ଧାନ ଫସଲ ନଷ୍ଟ ହୋଇଛି ।

ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁ ରେଙ୍ଗାଳି କେନାଲର ବିଭିନ୍ନ ସ୍ଥାନରେ ବାରମ୍ବାର ଘାଇ ସୃଷ୍ଟି ହେଉଛି । ଫଳରେ କେନାଲ ନିକଟରେ ଥିବା ଚାଷଜମି ଓ ଗାଁଗୁଡିକରେ ଅନେକ ସମୟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.