ଚୋରି ସନ୍ଦେହରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ ପରେ ୨ଗିରଫ

ବାରିପଦା(କେନ୍ଯୁଜ୍): ଚୋରି ସନ୍ଦେହରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼। ବାରିପଦା ସହର କାଳିକାପୁର ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼ ମାରିବା ପରେ ସନ୍ଦିଗ୍ଧ ଯୁବକକୁ ଛଟପଟ ହେଉଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ପରେ ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଛି।

ବାରିପଦା କାଳିକାପୁର ଅଞ୍ଚଳରେ ମୋବାଇଲ ଚୋରି କରୁଥିବା ବେଳେ ଜଣେ ଯୁବକଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ପରେ ତାକୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଆଉ ଯିଏ ଯେଉଁଥିରେ ପାରିଲା ପିଟି ଚାଲିଲେ। ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ ଯୁବକଙ୍କ ଗୁହାରି। କିଏ ଠେଙ୍ଗାରେ ତ କିଏ ଜୋତାରେ ପିଟି ଚାଲିଥିଲେ। ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.