Below header

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସାରକାର ମେଗା ଯୋଜନା ହାତକୁ ନେଇଛନ୍ତି, କିନ୍ତୁ ଏଭିତରେ କେଁ ପୂରାଇଲା ଏଏସ୍‌ଆଇ

କେନ୍ୟୁଜ୍(ବ୍ୟୁରୋ):  ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଓ ନବକଳେବର ପାଇଁ ରାଜ୍ୟସରକାର ମେଗା ଯୋଜନା ହାତକୁ ନେଇଛନ୍ତି । ଏହା ଭିତରେ କେଁ ପୂରାଇଛି ଏଏସ୍‌ଆଇ । ଏଏସ୍‌ଆଇର ବିନା ଅନୁମତିରେ କିଛି କରିହେବନି ବୋଲି ବିଏମ୍‌ସିକୁ ଚିଠି ମାଧ୍ୟମରେ ଜଣାଯାଇଛି । ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ କଥା ଉଠାଇ ରାଜ୍ୟ ସରକାରଙ୍କ ପ୍ରକଳ୍ପରେ ଆପତ୍ତି ଉଠାଇଛି ଏଏସ୍‌ଆଇ । ଏକାମ୍ର କ୍ଷେତ୍ର ଅଞ୍ଚଳରେ ୨୬ଟି କୀର୍ତ୍ତିରାଜି ଏଏସ୍‌ଆଇ ଅଧୀକୃତ ବୋଲି ବିଏମ୍‌ସିକୁ ଦର୍ଶାଇଛି ଏଏସ୍‌ଆଇ । ହେଲେ ଏଏସ୍‌ଆଇ ବିନା ଅନୁମତିରେ ବିଏମସି ଓ ଓବିସିସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚଲାଇଛନ୍ତି ।

ଜେସିବି ସାହାଯ୍ୟ ଖୋଳାତାଡ ଯୋଗୁ ସଂରକ୍ଷିତ ଐତିହ୍ୟ ଓ କାର୍ତ୍ତିରାଜି କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛି ଏଏସ୍‌ଆଇ । ଏହାସହ ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟ ସଂରକ୍ଷଣ ଥିବା ନିୟମାବଳୀ ଓ ସର୍ତ୍ତାବଳିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ମଧ୍ୟ କହିଛି । ଏଏସ୍‌ଆଇଠାରୁ ଏଭଳି ଚିଠି ପାଇବା ପରେ ରାଜ୍ୟ ସରକାର ଏନେଇ ବିଚାର ବିମର୍ଶ ଆରମ୍ଭ କରିଛନ୍ତି ।

ଏକାମ୍ରକ୍ଷେତ୍ରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ନୂଆ ରୂପ ଦିଆଯାଉଛି । ଏକାମ୍ରକ୍ଷେତ୍ରର ୬୬ ଏକର ଅଞ୍ଚଳର ନବକଳେବର ଓ ବିକାଶ ପାଇଁ ରାଜ୍ୟ ସରକାର ମେଗା ଯୋଜନା ହାତକୁ ନେଇଛନ୍ତି । ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରକଳ୍ପର ସମୀକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.