Below header

ବ୍ଲାକ୍‌ ସ୍ପଟରେ ସ୍ପର୍ଟ ଡେଥ୍‌ : ଆଇଚର ଓ ସ୍ୱିଫ୍ଟ ଡିଜାୟର ମୁହାଁମୁହିଁ ଧକ୍କା, ୪ ମୃତ ଜଣେ ଗୁରୁତର

ଏତେ ଜୋରରେ ଆଇଚର ସହ କାରର ଦେଖା ହେଇଛି ଯେ କାର ଆଗରେ ବସିଥିବା ଜଣେ ଯୁବକ ଚାପି ହୋଇ ରହିଛନ୍ତି । ଯାହାଫଳରେ ତାଙ୍କୁ କାର ଭିତରୁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା ଲୋକଙ୍କ ପାଇଁ ।

ହେ ପ୍ରଭୁ, ଏ କଣ ସବୁ ହେଇଗଲା । ମଣିଷ ଜୀବନ ସତରେ ପାଣି ଫୋଟକା । ଏଇନେ ଥିଲା ଆଉ ଏଇନା ନାହିଁ । ପୁଣି ଅବସ୍ଥା ଏମିତି ହେଇଛି ଦେଖିଲେ ଛାତି ଥରିଯାଉଛି । ପୂର୍ବରୁ ଦୁର୍ଘଟଣା ହେଇଛି କିନ୍ତୁ ଏମିତି ଅବସ୍ଥା ବୋଧହୁଏ କାହାରି କେବେ ହେଇନଥିବ । କାରର ଅବସ୍ଥାକୁ ଦେଖି ଅନୁମାନ କରିହେଉଛି କେତେ ଜୋରରେ ଧକ୍କା ହୋଇଛି । ଏତେ ଜୋରରେ ଆଇଚର ସହ କାରର ଦେଖା ହେଇଛି ଯେ କାର ଆଗରେ ବସିଥିବା ଜଣେ ଯୁବକ ଚାପି ହୋଇ ରହିଛନ୍ତି । ଯାହାଫଳରେ ତାଙ୍କୁ କାର ଭିତରୁ ବାହାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା ଲୋକଙ୍କ ପାଇଁ ।

କଟକ ଜିଲ୍ଲା ଆଠଗଡ ତିଗିରିଆ ଥାନା ନୂଆ ସଡକ ଛକ ନିକଟରେ ଛାତିକୁ ଥରାଇ ଦେବା ଭଳି ଦୁର୍ଘଟଣା ଘଟିଛି । ଏକ ଆଇଚର ଓ ଏକ ସ୍ୱିଫ୍ଟ ଡିଜାୟର କାର ମୁହାଁମୁହିଁ ଦେଖା ହେବା ଫଳରେ ଚାଲିଯାଇଛି କାରରେ ଥିବା ୪ ଜଣଙ୍କ ଜୀବନ । ସୂଚନାମୁତାବକ ମୃତ ଚନ୍ଦନ କୁମାର ଖଟୁଆ ଆଠଗଡ ଯାଇଥିଲେ । ଆଉ ତାଙ୍କ ସାଥିରେ ଥିଲେ ତାଙ୍କର ୪ ଜଣ ସାଙ୍ଗ । ମୋଟ ପାଞ୍ଚ ଜଣ ଆଠଗଡ ପଟୁ ତିଗିରିଆ ଆଡକୁ ଆସୁଥିଲେ । ଆଉ ଠିକ୍‌ ସେତିକିବେଳେ ତିଗିରିଆ ପଟୁ ଆଠଗଡ ଆଡକୁ ଆସୁଥିଲା ଏକ ଟ୍ରକ । ଆଉ ଠିକ ସେହି ବ୍ଲାକ ସ୍ପର୍ଟରେ ଘଟିଲା ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଅକାଳରେ ଘଟଣାସ୍ଥଳରେ ହିଁ ଚାଲିଗଲେ କାରରେ ବସିଥିବା ୩ ଜଣ ସାଙ୍ଗ । ଆଉ ଜଣେ ହସ୍ପିଟାଲରେ ହଁ ଆଖି ବୁଜିଦେଲେ । ଆଉ ଜଣେ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏପଟେ ହସ୍ପିଟାଲରେ ଶବ ଭିତରୁ ଭାଇ ଖୋଜୁଛି ଚନ୍ଦନକୁ । ମୃତଦେହ ଗୁଡିକର ସ୍ଥିତି ଏମିତି ହୋଇପଡିଛି ଯେ ମୁହଁକୁ ଚିହ୍ନିବା ବି ହୋଇପଡୁଛି କଷ୍ଟକର । କାର ଭିତରୁ ଏମାନଙ୍କୁ କାଢ଼ିବା ଏତେ ଯେ ମୁସକିଲ ହୋଇଥିଲା ଯେ ଲୋକମାନେ କଟର ଆଣି କାଟିକି ବାହାର କରିଥିଲେ । ଅଗ୍ନିଶମ ବାହିନୀ ବି ସାହାଯ୍ୟ କଲେ ଉଦ୍ଧାର କରିବାରେ । ଆମ୍ବୁଲାନ୍ସ ବି ଆସି ପହଁଚିଗଲା କିନ୍ତୁ ନଥିଲା ଜୀବନ । କୁହାଯାଉଛି ଯେଉଁଠି ଦୁର୍ଘଟଣା ଘଟିଛି ସେଠାକୁ ଲୋକେ ବ୍ଲାକ ସ୍ପର୍ଟ କହୁଛନ୍ତି । ଯେଉଁଠି ପ୍ରାୟ ସମୟରେ ଘଟିଚାଲିଛି ଦୁର୍ଘଟରା । କାହିଁକିନା କଟକ ନୂଆସଡକ ରାସ୍ତା ଏତେ ଫାଇନ୍‌ ହେଇଯାଇଛି ଯେ ସବୁ ଗାଡି ଚାଲୁଛି ଶହେ ଶହେରେ । ଉଭୟ କାର ଓ ଟ୍ରକ ଦୃତ ଗତିରେ ଥିବା ଯୋଗୁଁ ଅକାଳରେ ଅସମରେ ୪ ଜଣଙ୍କ ଜୀବନ ଚାଲିଗଲା । କୁରହାଯାଉଛି ଯେ ଦୁର୍ଘଟଣା ପରେ ଆଇଚର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.