କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ “କ୍ୟାଚ ଦେମ ୟଙ୍ଗ’ କାର୍ଯ୍ୟକ୍ରମ

ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ଭାବନ ଓ ଉଦ୍ୟୋଗର ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି)ର ମିଳିତ ଉଦ୍ୟମରେ ‘କ୍ୟାଚ୍ ଦେମ୍ ୟଙ୍ଗ୍‌’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର : ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ଭାବନ ଓ ଉଦ୍ୟୋଗର ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି)ର ମିଳିତ ଉଦ୍ୟମରେ ‘କ୍ୟାଚ୍ ଦେମ୍ ୟଙ୍ଗ୍‌’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ବିସିକେଆଇସି ଚେୟାରମ୍ୟାନ୍ ଡ. ମୃତ୍ୟୁଞ୍ଜୟ ସୁଆର ଏବଂ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପର୍ସନ ଡ. ମୋନା ଲିସା ବଳଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃର୍ଜନଶୀଳତା ସୃଷ୍ଟି କରିବା ଏବଂ ପରବର୍ତ୍ତୀ ପିଢ଼ିର ଉଦ୍ଭାବକମାନଙ୍କୁ ପ୍ରେରଣା ଦେବା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସୃର୍ଜନଶୀଳ ସାମର୍ଥ୍ୟ ଅନୁସନ୍ଧାନ କରିବା ସହ ଷ୍ଟାର୍ଟଅପ୍ ଦୁନିଆ ବିଷୟରେ ଜ୍ଞାନ ପ୍ରଦାନ ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଡ. ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡ. ଅଜୟ କୁମାର ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଅୟସକାନ୍ତ ମହାନ୍ତି, ପୁନମ ମହାପାତ୍ର, ଡ. ସୁଧୀର ଝା ଯୋଗଦେଇ ଛାତ୍ରଛାତ୍ରଙ୍କ ମଧ୍ୟରେ ସୃର୍ଜନଶୀଳତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଜ୍ଞାନ ପ୍ରକଳ୍ପମାନ ପ୍ରଦର୍ଶିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.