ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍, ଲାଞ୍ଚ ନେବା ଅଭିଯୋଗରେ କୋର୍ଟରେ ହେବେ ହାଜର

ଖୋର୍ଦ୍ଧା (କେନ୍ୟୁଜ): ଲାଞ୍ଚ ନେଇ ଆୟକର ବିଭାଗ ଅଧିକାରୀ ଗିରଫ। ଲାଞ୍ଚ ଦାବି କରିବା ଓ ନେବା ଅଭିଯୋଗରେ ଖୋର୍ଦ୍ଧା ଇନକମ୍‌ ଟ୍ୟାକ୍ସ ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ସୁମନ ସାହୁଙ୍କ ବିରୋଧରେ ଲାଞ୍ଚ ଦାବି ନେଇ ସିବିଆଇରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗକାରୀ ଦେବେନ୍ଦ୍ର ନାଥ ସାହୁ। ଗତ ଏକ ମାସ ଧରି ସୁମନ ସାହୁ ଦେବେନ୍ଦ୍ରଙ୍କ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ । ପରେ ଆହୁରି ଟଙ୍କା ଦେବାକୁ ଦାବି କରିଥିଲେ। ଗତକାଲି ପୁଣି ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍‌ ହାତରେ ଧରାପଡ଼ିଛନ୍ତି।

ଜଟଣୀ ଅରୁଗୁଳ ଗାଁର ଦେବେନ୍ଦ୍ର କୁମାର ସାହୁ ଖୋର୍ଦ୍ଧା ମାରୱାଡ଼ି ପଟ୍ଟିରେ ଶାନ୍ତି ଜୁଏଲର୍ସ ନାମରେ ଏକ ସୁନାରୁପା ଗହଣା ଦୋକାନ ଖୋଲିଛନ୍ତି। ଗହଣା ଦୋକାନ ମାଲିକ ଦେବେନ୍ଦ୍ର ଆୟକର ଫାଙ୍କୁଥିବା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ ଇନକମ୍‌ ଟାକ୍ସ ଅଧିକାରୀ ସୁମନ ସାହୁ। ମାମଲାର ଦଫାରଫା ପାଇଁ ସୁମନ ସାହୁ ୩୦ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ପ୍ରତିବର୍ଷ ୫ଲକ୍ଷ ଟଙ୍କା ଲୋଖାଏଁ ଦେବାକୁ କହିଥିଲେ। ଏନେଇ ଦେବେନ୍ଦ୍ର ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ଆୟକର ଅଧିକାରୀଙ୍କୁ କୋର୍ଟରେ ହାଜର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.