Below header

ଓଡ଼ିଶାରେ ସିଇସି ଟିମ୍‌, OMBADC ପାଣ୍ଠି ନେଇ ୪ ଜଣିଆ ଟିମର ସମୀକ୍ଷା

ସିଇସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକରେ OMBADC ପାଣ୍ଠି ନେଇ ସମୀକ୍ଷା । ପ୍ରେଜେଣ୍ଟେସନ ମାଧ୍ୟମରେ ରାଜ୍ୟ ସରକାର ଖର୍ଚ୍ଚ ଉପସ୍ଥାପନ କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ, ଖଣି ସଚିବ ଏବଂ ଓମ୍‌ବାଡ୍‌ସି ଅଧିକାରୀ ଉପସ୍ଥିତ ଥିଲେ । ବୈଠକ ପରେ ପଞ୍ଚାୟତିରାଜ ସଚିବ ପ୍ରତିକ୍ରିୟା ରଖଛନ୍ତି। ରାଜ୍ୟ ସରକାର କମିଟି ନିକଟରେ ଖର୍ଚ୍ଚ ଉପସ୍ଥାପନ କରିଛନ୍ତି। କମିଟି କେନ୍ଦୁଝର ଓ ମୟୂରଭଞ୍ଜରେ କ୍ଷେତ୍ର ପରିଦର୍ଶନ କରିବେ। ପରିଦର୍ଶନ କରିବା ପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବ କମିଟି। ଓମବାଡସି ପାଣ୍ଠିରୁ ପ୍ରାୟ ୧୦ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବଳକା ଟଙ୍କା ପ୍ରକଳ୍ପ ଦେବା ପରେ ଖର୍ଚ୍ଚ ହେବ। ପାନୀୟ ଜଳ, ଶିକ୍ଷା, ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସବୁ ବିଭାଗକୁ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ କୁହାଯାଇଥିବା ପଞ୍ଚାୟତିରାଜ ସଚିବ କହିଛନ୍ତି। ରାଜ୍ୟର ଖଣିଜ ବହୁଳ ଜିଲ୍ଲାରେ ୧୬ ହଜାର କୋଟି ଟଙ୍କା କିପରି ଭାବେ ଖର୍ଚ୍ଚ ହେଉଛି ତାର ହିସାବ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ସେଣ୍ଟ୍ରାଲ ଏମ୍‌ପାୱାର୍ଡ କମିଟି, ସିଇସିର ୪ ଜଣିଆ ଟିମ୍‌ । ଏହି ଟିମ୍‌ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.