ଆବର୍ଜନାମୁକ୍ତ ସହରମାନଙ୍କ ଷ୍ଟାର ରେଟିଙ୍ଗ ତାଲିକାରେ ସ୍ଥାନ ପାଇଲାନି ଓଡିଶାର ସହର, ୧୪୧ଟି ସହର ପାଇଲେ ତାରକା ମାନ୍ୟତା

କେନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ବାରା ମଙ୍ଗଳବାରଦିନ ମାନ୍ୟତାପ୍ରାପ୍ତ ଆବର୍ଜନାମୁକ୍ତ ସହରମାନଙ୍କ ଷ୍ଟାର ରେଟିଙ୍ଗ ତାଲିକା ଜାରି କରିଛନ୍ତି। ଏହି ତାଲିକାର ଉନ୍ମୋଚନ କରିଥିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ। ଏଥିରେ ମୋଟ ୧୪୧ଟି ସହର ତାରକାମାନ୍ୟତା ପାଇଛନ୍ତି ।

 ୬ଟି ସହରକୁ ପଞ୍ଚତାରକା ଆବର୍ଜନାମୁକ୍ତ ସହରମାନ୍ୟତା ଦିଆଯାଇଥିବାବେଳେ ୬୫ଟି ସହରକୁ ତିନି ତାରକା ଓ ୭୦ଟି ସହରକୁ ଏକତାରକା ମାନ୍ୟତା ଦିଆଯାଇଛି । କିନ୍ତୁ ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଓଡ଼ିଶାର କୌଣସି ସହର ଏହି ତାଲିକାରେ ସ୍ଥାନ ପାଇନାହାନ୍ତି । ପଞ୍ଚତାରକା ମାନ୍ୟତାପ୍ରାପ୍ତ ୬ଟି ଆବର୍ଜନାମୁକ୍ତ ସହର ହେଲା ନଭି ମୁମ୍ବାଇ, ରାଜକୋଟ, ସୁରଟ, ଅମ୍ବିକାପୁର, ମହୀଶୂର ଓ ଇନ୍ଦୋର ।

ସେହିପରି ତିନିତାରକା  ମାନ୍ୟତା ପାଇଥିବା ୬୫ଟି ସହରମାନଙ୍କ ମଧ୍ୟରେ ରହିଛନ୍ତି ନୂଆଦିଲ୍ଲୀ, ବିଜୟଓ୍ୱାଡ଼ା, କର୍ନାଲ, ତିରୁପତି,ଚଣ୍ଡିଗଡ଼, ଭିଲାଇ, ଅହମଦାବାଦ ଭଳି ସହର । ସେହିପରି ଏକ ତାରକା ସହରମାନଙ୍କ ମଧ୍ୟରେ ରହିଛି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ, ଭରୋଦରା, ରୋହତକ, ଗ୍ୱାଲିୟର, ଚିରାଲା ଆଦି ସହର ।

garbage

ଏହି ରେଟିଂ ପାଇବା ପାଇଁ ମୋଟ ୧୪୩୫ଟି ସହର ଆବେଦନ କରିଥିଲେ । ମୂଲ୍ୟାଙ୍କନ ସମୟରେ ପ୍ରାୟ ୧.୧୯ କୋଟି ଲୋକଙ୍କ ମତାମତ ନିଆଯାଇଥିଲା ଓ ପ୍ରାୟ ୧୦ ଲକ୍ଷ ଜିଓ-ଟ୍ୟାଗ ଚିତ୍ରକୁ ବିଚାରକୁ ନିଆଯାଇଥିଲା । ପ୍ରାୟ ୧୨୧୦ ଜଣ ସର୍ଭେକାରୀ ଦେଶର ବିଭିନ୍ନ ସହରରେ ଥିବା ପ୍ରାୟ ୫୧୭୫ଟି ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.