ତିନି ଗୋଡ଼ ଥିବା ସୁଦାମର ଏମ୍‌ସରେ ଚିକିତ୍ସା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲେଖିଲେ ଚିଠି

ଭୁବନେଶ୍ୱର ଏମସ୍‌ରେ ଚିକିତ୍ସିତ ହେବେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ଗାଁର ସୁଦାମ ବେହେରା । ଏ ନେଇ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏମ୍‌ସର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ମଧୁସୂଦନ ବେହେରାଙ୍କ ୧୨ ବର୍ଷର ପୁଅ ସୁଦାମଙ୍କର ଶରୀରରେ ୩ ଗୋଡ଼ ରହିଛି ।

pratap

ଚଲାବୁଲା କରି ପାରୁନଥିବା ବେଳେ ଠିକ୍‌ରେ ଶୋଇ ମଧ୍ୟ ପାରୁ ନାହିଁ । ସୁଦାମଙ୍କ ସଂପର୍କରେ ଖବର ପ୍ରସାରଣ ପରେ କିଛି ସମାଜସେବୀଙ୍କ ସହାୟତାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା ଚାଲିଛି । ତେବେ ସଠିକ୍‌ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱର ଏମସ୍‌କୁ ନେବାକୁ ହେବ । ସେଥିଲାଗି କେନ୍ଦ୍ର ମନ୍ତ୍ରୀ ଉଦ୍ୟମ ଚଳାଇଛନ୍ତି ।

PRATAP LETTER-1

Leave A Reply

Your email address will not be published.