Below header

ଏହି ବ୍ୟକ୍ତିଙ୍କର ଅଛନ୍ତି ୧୩୦ ସ୍ତ୍ରୀ ଏବଂ ୨୦୩ ଛୁଆ! ମୃତ୍ୟୁ ପରେ ବି ଅନେକେ ଥିଲେ ଗର୍ଭବତୀ

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଗୋଟିଏ ପଟେ ଭାରତ ସମେତ କେତେକ ଦେଶ ପ୍ରଚେଷ୍ଟା ଚଳେଇଥିବା ବେଳେ ସେପଟେ ଦୁନିଆରେ ଏମିତି ହିଁ ଜଣେ ବ୍ୟକ୍ତି ଥିଲେ, ଯାହାଙ୍କର ଥିଲା ୧୩୦ଜଣ ସ୍ତ୍ରୀ ଏବଂ ୨୦୩ଜଣ ଛୁଆ। ସେହି ବ୍ୟକ୍ତି ଜଣକ ଥିଲେ ନାଇଜେରିଆର ମହମ୍ମଦ ବେଲୋ ଅବୁବକର। ୨୦୧୮ ଜାନୁୟାରୀ ୨୮ରେ ଅବୁବକର ୯୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ବି ତାଙ୍କର ଅନେକ ସ୍ତ୍ରୀ ଗର୍ଭବତୀ ଥିଲେ।

ପେସାରେ ମୌଲବୀ

ବେଲୋ ଅବୁବକର ପେସାରେ ମୌଲବୀ ଥିଲେ। ସେ କହୁଥିଲେ କି, ବିବାହ କରିଚାଲିବା ତାଙ୍କର ପବିତ୍ର ମିଶନ ଅଟେ, ତାଙ୍କୁ ଦୁନିଆକୁ ଏଥିପାଇଁ ପଠାଯାଇଥିଲା। ବେଲୋଙ୍କ ବ୍ୟକ୍ତିଗତ ସହାୟକ ସଲାବୁଦ୍ଦିନ ଗଣମାଧ୍ୟମକୁ କହିଥିଲେ ଯେ ବିଗତ କିଛି ବର୍ଷ ଧରି ବେଲୋ ରୋଗାଗ୍ରସ୍ତ ଥିଲେ। ତେବେ ଅବୁବକରଙ୍କ କହିବା ଥିଲା, କୋରାନ୍‌ ମୁତାବକ, ଯେ କେହି ବି ପୁରୁଷ ଯେତେ ପାରିବ, ସେତେ ବିବାହ କରିପାରିବ। ଏଥିପାଇଁ ସେ ଲଗାତାର ବିବାହ କରିଚାଲିଥିଲେ ଏବଂ ମରିବା ଯାଏ ଏହି ମିଶନକୁ ଜାରି ରଖିଥିଲେ।

bello1

ଏହାସହ ପଢ଼ନ୍ତୁ: ସମୁଦ୍ର ପାଣିରେ ନୀଳ ରଙ୍ଗର ଚମକ! ହୋଇପାରେ ଘାତକ!

ବିବାହ କରିବାର ଅଧିକାର

ବେଲୋ କହୁଥିଲେ, ପୁରୁଷମାନେ ବିନା କୌଣସି ସମସ୍ୟାରେ ଯେତିକି ଜଣଙ୍କୁ ସମ୍ଭାଳି ପାରିବେ, ସେତିକି ବିବାହ କରିପାରିବେ। ଯଦିଓ ତାଙ୍କୁ ୨୦୦୮ରେ ଅନେକ ମୁସଲମାନ ମୌଲବୀଙ୍କ ଦ୍ୱାରା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ତାଙ୍କ ନମାଜରେ ଅଧିକ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ।

କ’ଣ ଚାହୁଁଥିଲେ ମୌଲବୀ

ଏହା ପୂର୍ବରୁ ମୌଲବୀମାନେ ବେଲୋଙ୍କୁ ମାଗିଥିଲେ କି, ସେ ୪୮ ଘଣ୍ଟା ଭିତରେ ନିଜର ୮୬ଜଣ ସ୍ତ୍ରୀଙ୍କ ମଧ୍ୟରୁ ୮୪ଜଣଙ୍କୁ ଛାଡ଼ପତ୍ର ଦିଅନ୍ତୁ। ଏହାର ଜବାବରେ ବେଲୋ କହିଥିଲେ, ବିବାହ କରିଚାଲିବା ତାଙ୍କର ପବିତ୍ର ଲକ୍ଷ୍ୟ ଅଟେ। ଆଉ ଏଥିପାଇଁ ସେ ଲଗାତାର ଏହି କାମ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.