ରାଜ୍ୟରେ ବିଧାନ ପରିଷଦ ପ୍ରସଙ୍ଗରେ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବିଧାନ ପରିଷଦ ପ୍ରସଙ୍ଗରେ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର। କେନ୍ଦ୍ରରୁ ଆସିଥିବା ଚିଠିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଯାଇଥିବା ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଉତ୍ତର ପରେ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର।

ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା। କିନ୍ତୁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ କନ୍ଦ୍ର ଆଇନ ମନ୍ତ୍ରୀ ବିଧାନ ପରିଷଦ ସଂପର୍କିତ ପ୍ରସ୍ତାବ ପାଇନଥିବା କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।.