ପୁଣି ଆସୁଛି ପଶ୍ଚିମା ଝଡ଼: ଫେବ୍ରୁଆରିରେ ବର୍ଷା ସମ୍ଭାବନା, ଆସନ୍ତା ୩ ତାରିଖରୁ ବିଭିନ୍ନ ଜିଲ୍ଲାରେ କାଚିବ

ଭୁବନେଶ୍ବର(କେନ୍ଯୁଜ୍): ଫେବ୍ରୁଆରିରେ ବର୍ଷା ସମ୍ଭାବନା । ପୁଣି ଆସୁଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ରାଜ୍ୟରେ ଶୀତ ଲହରି ଜାରି ରହିଛି । ଶୀତ ଆହୁରି ୨୪ ଘଣ୍ଟା ଅନୁଭୂତ ହେବ ।

ପଶ୍ଚିମା ଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ ଫଳରେ ବିିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି । ।ଆଜି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠୁ ରାତି ତାପମାତ୍ରା ବଢ଼ିବ । ଫଳରେ କମିବ ଶୀତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.