Below header

ମୃତ ନବଜାତ ଶିଶୁ ଅଦଳ ବଦଳକୁ ନେଇ ଉତ୍ତେଜନା, ଚର୍ଚ୍ଚାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ହୋଇଥିବା ନେଇ ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକା ପ୍ରସୂତି ନିମନ୍ତେ ଗତକାଲି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ରାୟଗଡ଼ା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ହୋଇଥିବା ନେଇ ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକା ପ୍ରସୂତି ନିମନ୍ତେ ଗତକାଲି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସୁନ୍ଦରୀ ହିମରିକାଙ୍କ ପ୍ରସୂତି ପରେ ଏକ ମୃତ କନ୍ୟା ନବତାତ ଜନ୍ମ ହୋଇଥିଲା କହି ମେଡ଼ିକାଲ କର୍ତ୍ତୃପକ୍ଷ ମୃତ ନବଜାତକୁ ହସ୍ତାନ୍ତର କରିଥିଲେ।

ପରିବାରବର୍ଗ ମୃତ ନବଜାତକୁ ପୋତି ଦେଇ ସତ୍କାର କରିବା ପରେ ତାଙ୍କ ଗାଁକୁ ଯିବା ନିମନ୍ତେ ବସ ଷ୍ଟାଣ୍ଡକୁ ଚାଲିଯାଇଥିଲେ। ପରେ ମେଡ଼ିକାଲ କର୍ତ୍ତୃପକ୍ଷ ସେମାନଙ୍କୁ ଖୋଜି ମେଡିକାଲକୁ ଡାକି ପୁଣି ଆଉ ଗୋଟେ ମୃତ ନବଜାତ ପୁତ୍ରକୁ ତାଙ୍କର କହି ଜୋର ଜବରଦସ୍ତ ନେବାକୁ ବାଧ୍ୟ କରିଥିଲେ । ଏଣୁ ପୁନର୍ବାର ପରିବାରବର୍ଗ ସେ ମୃତ ପିଲାକୁ ନେଇ ପୋତିବା ସମୟରେ ସେଠାକୁ ଯାଇ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କ ପାଖରୁ ଉକ୍ତ ପିଲା ତମର ନୁହେଁ କହି ଆଉଥରେ ତାଙ୍କ ନିକଟରୁ ଫେରାଇ ଆଣିଥିଲେ ।

ସେହିପରି ଅନ୍ୟ ୱାର୍ଡରେ କାଶୀପୁର ବ୍ଲକ କଡିପାରି ପଞ୍ଚାୟତ ଯୋଗିପାରିତୁଣ୍ଡା ଗାଁର ମଲା ନାୟକ ନାମକ ଗର୍ଭବତୀ ଭର୍ତ୍ତି ହୋଇଥିଲେ । ସମାନ ସମୟର ଯାଉଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଦୁଇଙ୍କୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ଆଜି ଭୋର ସମୟରେ ଗୋଟିଏ ମୃତ ସନ୍ତାନକୁ ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତ୍ତୃପକ୍ଷ।

ଏହାକୁ ନେଇ ପରିବାର ଲୋକେ ଚକିତ ହୋଇଥିଲେ ଏବଂ କେବେ ପିଲା ମଲା ଆମକୁ ସୂଚନା ନଦେଇ କେମିତି ମୃତ ସନ୍ତାନକୁ ଆମକୁ ଧରେଇ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଏନେଇ ଥାନାରେ ଏତଲା ଦେବା ନିମନ୍ତେ କହିଛନ୍ତି । ରାତ୍ରରେ ଦୁଇ ଜଣ ମହିଳାଙ୍କ ପ୍ରସୂତି ହୋଇଥିଲା । ସେମାନଙ୍କୁ ଅଲଗା ଅଲଗା ୱାର୍ଡରେ ପ୍ରସୂତି କରାଇଥିଲେ ନର୍ସ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଭୁଲ୍ ହୋଇଥିବା ସ୍ବୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.