ମୁମ୍ବାଇ ଫେରିଲେ ବିରାଟ-ଅନୁଷ୍କା, ଝିଅକୁ କୋଳରେ ଧରିଥିବାର ନଜର ଆସିଲେ କ୍ୟାପଟେନ ରୋହିତ ଶର୍ମା

ବିଶ୍ୱକପ୍‌ ପରେ ବିରାଟ କୋହଲି ନିଜ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏହାସହ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜ ଝିଅ ସହିତ ବିମାନବନ୍ଦରରେ ନଜର ଆସିଛନ୍ତି।

ବିଶ୍ୱକପ୍‌ ପରେ ବିରାଟ କୋହଲି ନିଜ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏହାସହ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜ ଝିଅ ସହିତ ବିମାନବନ୍ଦରରେ ନଜର ଆସିଛନ୍ତି। ବିରାଟ କୋହଲି ଅନୁଷ୍କାଙ୍କ ସହ ଏକ ଘରୋଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲେ। ଉଭୟ ଅହମ୍ମଦାବାଦରୁ ମୁମ୍ବାଇ ଫେରିଛନ୍ତି।

ବିମାନବନ୍ଦରରୁ ଆସିଥିବା ଫଟୋଗୁଡ଼ିକରେ କିଙ୍ଗ୍‌ କୋହଲି ବହୁତ କୁଲ୍‌ ଲୁକ୍‌ରେ ନଜର ଆସିଛନ୍ତି। ଯଦିଓ ସେ ପାପାରାଜିଙ୍କୁ କୌଣସି ପୋଜ୍ ଦେଇ ନ ଥିଲେ। ତାଙ୍କ ସହିତ ଅନୁଷ୍କା ମଧ୍ୟ ସିମ୍ପଲ୍‌ ଲୁକରେ ଦେଖିବାକୁ ମିଳିଥିଲେ। ଏହି ସମୟରେ ଅନୁଷ୍କା ଏକ ଧଳା ରଙ୍ଗର ସୁଟ୍‌ ପିନ୍ଧିଥିଲେ। ଟିମ୍ ଇଣ୍ଡିଆର ପରାଜୟର ଦୁଃଖ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା।

ସେପଟେ ବିରାଟ-ଅନୁଷ୍କାଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା ମଧ୍ୟ ବିମାନବନ୍ଦରରେ ନଜର ଆସିଥିଲେ। ସେ ତାଙ୍କ ଝିଅକୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲେ। ତାଙ୍କର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ରୋହିତ ଶର୍ମାଙ୍କ ସହ ପତ୍ନୀ ରିତିକା ସଜଦେହ ମଧ୍ୟ ନଜର ଆସିଥିଲେ।

Leave A Reply

Your email address will not be published.