କେତେ ଅମାନୁଷିକ…! କୁକୁଡ଼ା ପ୍ରାଇଭେଟ୍‌ ପାର୍ଟରେ ବାଣ ଖଞ୍ଜି ଫୁଟାଇଲେ ୪ ଯୁବକ, ଛଟପଟ ହୋଇ ମରିଗଲା ନିରୀହ ପକ୍ଷୀ

ମଣିଷ ଏତେ ଅମାନୁଷିକ କିପରି ହୋଇପାରେ? ଜୀବଜନ୍ତୁଙ୍କ ପ୍ରତି କ୍ରୁରତା ଏବେ ସୀମା ଟପିଗଲାଣି। ନିରୀହ ଜୀବକୁ ମଣିଷ ଯେଉଁଭଳି ଭାବେ କଷ୍ଟ ଦେଉଛି, ତାହା କହିବା ଅସମ୍ଭବ। ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ମଣିଷ ଏତେ ଅମାନୁଷିକ କିପରି ହୋଇପାରେ? ଜୀବଜନ୍ତୁଙ୍କ ପ୍ରତି କ୍ରୁରତା ଏବେ ସୀମା ଟପିଗଲାଣି। ନିରୀହ ଜୀବକୁ ମଣିଷ ଯେଉଁଭଳି ଭାବେ କଷ୍ଟ ଦେଉଛି, ତାହା କହିବା ଅସମ୍ଭବ। ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବେଳେବେଳେ ମଣିଷ ମଜା ନେବା ପାଇଁ ସୈତାନ କାମ କରିଥାଏ। ଜୀବଜନ୍ତୁଙ୍କ ସହ ଦୁଷ୍କର୍ମ, ଗାଡ଼ିରେ ସେମାନଙ୍କୁ ଘୋଷାଡ଼ି ନେବା ଭଳି ଘଟଣା ଅନେକ ବାର ସାମ୍ନାକୁ ଆସିଛି।

କିନ୍ତୁ ଏବେ ଆସାମର ନଗାଁଓରୁ ଏକ ଭିଡିଓ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁଯିବ। ଏଥିରେ ୪ ଯୁବକ ଏକ କୁକୁଡ଼ାର ମଳଦ୍ୱାରରେ ବାଣ ଖଞ୍ଜି ଦିଆସିଲି ଲଗାଇ ଫୁଟାଉଥିବା ଦେଖିବାକୁ ମିଳୁଛି। ଯୁବକମାନେ କେବଳ କୁକୁଡ଼ାର ମଳଦ୍ୱାରରେ ବାଣ ଫୁଟାଇ ନ ଥିଲେ, ବରଂ ଏହାର ଭିିଡିଓ ମଧ୍ୟ କରିଥିଲେ।

ଜଣେ ଯୁବକ ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରିଛନ୍ତି, ଯେଉଁଥିରେ କିଛି ଯୁବକ ଏକ କୁକୁଡ଼ା ସହିତ ଏଭଳି ଅମାନୁଷିକ କାମ କରୁଥିବା ନଜର ଆସୁଛନ୍ତି। ସେମାନେ କୁକୁଡ଼ାର ମଳଦ୍ୱାରରେ ବାଣ ଖଞ୍ଜି ଦିଆସିଲି ଲଗାଉଛନ୍ତି। ବାଣ ଫୁଟିବା ପରେ ସମସ୍ତେ ହସୁଛନ୍ତି। ହସିବା ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଛି। ସେପଟେ ବାଣ ଫୁଟିବା ପରେ କୁକୁଡ଼ା ଗୁରୁତର ଆହତ ହୋଇଥିଲା, ତା’ର ପଛପାର୍ଶ୍ୱ ସମ୍ପୂର୍ଣ୍ଣ ଜଳି ଯାଇଥିଲା, ପରେ କୁକୁଡ଼ାଟି ଛଟପଟ ହୋଇ ମରିଯାଇଥିଲା।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଯୁବକ ଜଣକ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ପଶୁ ଏନ୍‌ଜିଓ ‘ପିଏଫ୍‌ଏ’ ପୋଲିସକୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

Leave A Reply

Your email address will not be published.