Below header

କଟକ: ପୁଣି ଏକ ନକଲି ଘିଅ ଗୋଦାମ ଠାବ, ୪ ଲକ୍ଷ ଟଙ୍କାରୁ ଅଧିକ ନକଲି ସାମଗ୍ରୀ ଜବତ

କଟକ(କେନ୍ୟୁଜ୍): ପୁଣି ଏକ ନକଲି ଘିଅ ଗୋଦାମ ଠାବ।  ନୂଆବଜାର ଛକ ନିକଟରେ ଚାଲିଥିଲା ଘିଅରେ ଅପମିସରଣ କାରବାର। ଏହି ଘଟଣାରେ ଜଣେ ଅଟକ। ୪ ଲକ୍ଷ ଟଙ୍କାରୁ ଅଧିକ ନକଲି ସାମଗ୍ରୀ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।

ସେହିଭଳି ଚାଉଲିଆଗଞ୍ଜ ଅଞ୍ଚଳରୁ ପୁଣି ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ କାରଖାନା ଠାବ ହୋଇଛି। ଚାଉଲିଆଗଞ୍ଜ ଥାନା ଅନ୍ତର୍ଗତ ବଦିମୂଳ ଅଞ୍ଚଳରେ ପୋଲିସ ଚଢ଼ାଉ କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରାଯାଇଛି। କିଛି ଦିନ ତଳେ ଜଗତପୁରରେ ଠାବ ହୋଇଥିଲା ନକଲି ଘିଅ କାରଖାନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.