ରାଜଧାନୀରେ ଆଜି ୪୩ ପଜିଟିଭ କେସ, ସୁସ୍ଥ ହୋଇ ଫେରିଲେ ୪୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଆଜିର ଚିହ୍ନଟଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩୦ ହଜାର ୬୯୧କୁ ବୃଦ୍ଧି ପାଇଛି । ଯେବେକି ଏବେ ସୁଦ୍ଧା ୨୯ ହଜାର ୯୭୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏଯାବତ ୨୧୮ ଜଣଙ୍କ ଜୀବନ ନେଇ ସାରିଲାଣି ମାରାତ୍ମକ କରୋନା । ବର୍ତ୍ତମାନ ସମୟରେ ସହରରେ ୪୭୭ଟି ଆକ୍ଟିଭ କେଶ ଥିବା ବେଳେ ଏମାନେ ଵିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଲୋକାଲ କଣ୍ଟକଟରୁ ୩୪ ଜଣ ଥିବା ବେଳେ କ୍ଵାରିଣ୍ଟୀନ ସେଣ୍ଟରରୁ ୯ ଜଣ ଅଛନ୍ତି ।

ଯେବେକି ୧୧ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି । ଗଲା କିଛି ଦିନର ରେକର୍ଡକୁ ଦେଖିଲେ ଜାଣି ପାରିବେଯେ, ସୁସ୍ଥ ତୁଳନାରେ ଅସୁସ୍ଥ ସଂଖ୍ୟା ଅଧିକ ଆସୁଛି । ଅର୍ଥାତ କମ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି ଅଧିକ ଜଣ । କିନ୍ତୁ ଶୀତ ପ୍ରକୋପକୁ ଦୃଷ୍ଟିରେ ରଖି ସହରରେ କୋଭିଡ କଟକଣା ବଢ଼ାଇ ଦିଆଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.