Below header

ସମୟ ଅଭାବରୁ କରି ପାରୁନାହାନ୍ତିକି ହେଭି ୱର୍କଆଉଟ, ତେବେ ଏହି ସବୁ ଟିପ୍ସ ଫଲୋ କରି କମାନ୍ତୁ ନିଜ ଓଜନ

ଭୁଲ ଲାଇଫ ଷ୍ଟାଇଲ, ତେଲ ମସଲା ଯୁକ୍ତ ଖାଦ୍ୟପେୟ, ଅଳସୁଆ ପଣ କାରଣରୁ ଆଜିକାଲି ଅନେକ ଲୋକ ମେଦ ବହୁଳତା ରୋଗର ଶିକାର ହେଉଛନ୍ତି  । ଆଉ ଶରୀରରେ ଚର୍ବି ବଢିଲେ ସେହି ଅନୁଯାୟୀ ରୋଗର ଆଶଙ୍କା ବି ଅନେକ ଗୁଣା ବଢିଯାଏ  । ଆଉ ଓଜନକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଂଖ୍ୟାଧିକ ଲୋକ ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରିଥାନ୍ତି  । କିନ୍ତୁ କିଛି ଜଣ ସମୟ ଅଭାବରୁ ଚାହୁଁଥିଲେ ବି ଏଥିପାଇଁ ସମୟ ଦେଇପାରନ୍ତି ନାହିଁ  । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେଉଛୁ ଯାହାକୁ ବ୍ୟବହାର କରି ଆପଣ ବିନା ବ୍ୟାୟାମରେ ବି ନିଜ ଓଜନ ଖୁବ କମ ଦିନରେ ହ୍ରାସ କରିପାରିବେ  । ତେବେ ଜାଣି ରଖନ୍ତୁ କଣ କରିବେ:

୧. ଗୋଟେ ଗ୍ଲାସ ନଖ ଉଷୁମ ପାଣିରେ ଗୋଟେ ଛୋଟ ଚାମଚ ମହୁ ମିଶାଇ ସକାଳୁ ଖାଲି ପେଟରେ ପିଇଲେ ଅନେକ ଫରକ ପଡିଥାଏ  । ଏହା ଦ୍ୱାରା ଶରୀର ମଧ୍ୟରେ ଅପରିଷ୍କାର ପଦାର୍ଥ ଗୁଡିକ ବାହାରିଯିବା ସହିତ ପେଟରେ ଥିବା ମାତ୍ରାଧିକ ଚର୍ବି କମ ହୋଇଯାଏ  । ଏହା ସହ ପାଚନ ତନ୍ତ୍ର ମଜବୁତ ହୋଇଥାଏ  । ଖାଲି ସେତିକି ନୁହେଁ ବିଭିନ୍ନ ପ୍ରକାର ଋତୁ କାଳୀନ ରୋଗ ଦାଉରୁ ବି ସୁରକ୍ଷା ଦିଏ  ।

work out

୨. ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା ହଜମ କ୍ରିୟା ଠିକ ହେବା ସହ ଅତିରିକ ଚର୍ବି କମିଯାଏ  । ଏହା ସହ ରୋଗ ଦାଉରୁ ବି ସୁରକ୍ଷା ମିଳେ ।

୩. ଯଦି ଆପଣ ଖାଇବାର ଠିକ ପରେ ବସି ଯାଉଛନ୍ତି କିମ୍ବା ଶୋଇଯାଉଛନ୍ତି ତେବେ ନିଜର ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ  । ଚର୍ବି ବୃଦ୍ଧି ହେବାର ଏହା ପ୍ରମୁଖ କାରଣ  । ଏହା ବଦଳରେ ଖାଇବା ପରେ ୧୦ ରୁ ୧୫ ମିନିଟ ହାଲକା ଭାବରେ ଚାଲିବା ଅଭ୍ୟାସ କରନ୍ତୁ ।

୪. ଆମେ ସାଧାରଣତ ଲୋଭରେ ବେଳେ ବେଳେ ଟିକେ ଅଧିକା ମିଠା ଖାଇ ଦେଇଥାଉ । କିଛି ଜଣତ ଅଭ୍ୟାସ ଦୃଷ୍ଟିରୁ ନିୟମିତ ଖାଇଥାନ୍ତି । ଯେତେ ଦୂର ସମ୍ଭବ ନିଜ ଇଚ୍ଛାକୁ ନିୟନ୍ତ୍ରଣରେ ରଖନ୍ତୁ ମିଠା ଖାଇବା ଟିକେ କମେଇ ଦିଅନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.