କିଛି ଜଣା କିଛି ଅଜଣା, ଆସନ୍ତୁ ପରୀକ୍ଷା କରିବା ଆପଣଙ୍କ ସାଧାରଣ ଜ୍ଞାନ

ଧାଁ ଦୌଡ଼ ଜୀବନ ଯାପନ ଭିତରେ ଆମେ ଅନେକ କଥା ଭୁଲି ଯାଉ । ଆମେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ସମ୍ପର୍କରେ ହେଉ ଅବା ବ୍ୟକ୍ତି ସମ୍ବନ୍ଧରେ ଅବଗତ ନଥାଉ । ଏମିତି କିଛି କଥାର ପ୍ରଶ୍ନ ଆଉ ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ଆସନ୍ତୁ ଜାଣିବା ଆପଣ କେତେ ଜାଣିଛନ୍ତି ଏ ସବୁ ବିଷୟରେ ?

ପ୍ରଶ୍ନ

୧-ଆଚ୍ଛା କୁହନ୍ତୁ ତ ଦେଖି ଏତେ ଚର୍ଚ୍ଚାରେ ଥିବା ଗୁଗୁଲ୍‌ର ଆବିଷ୍କାର କିଏ କରିଥିଲେ ?
୨-ନଭେମ୍ବର ମାସର ଶେଷ ଶନିବାରରେ ଏକ ଅଦଭୁତ ଦିବସ ପାଳନ କରାଯାଏ । ତାହା କଣ ?
୩-ଜାଣନ୍ତି କି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ କାହିଁକି ବାପାଙ୍କ ସହ ମୁମ୍ବାଇରେ ରହୁଛନ୍ତି ?
୪-ବଲିଉଡ୍‌ ଅଭିନେତ୍ରୀ ଐଶ୍ୱରିୟା ରାୟଙ୍କ ନାମରେ ଏକ ଫୁଲକୁ ନାମିତ କରାଯାଇଛି । ଜାଣିଛନ୍ତି କି ଏ ବିଷୟରେ ?
୫-ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟ୍‌ବଲ୍‌ । ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ କେଉଁ ଦେଶ ସର୍ବାଧିକ ଥର ଚାମ୍ପିଅନ୍‌ ହୋଇଛି ?

ଉତ୍ତର

୧-କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଦୁଇ ଜଣ ଛାତ୍ର ସର୍ଜି ବ୍ରିନ୍‌ ଓ ଲ୍ୟାରୀ ପେଜ୍‌ ଗୁଗୁଲ୍‌ର ଆବିଷ୍କାର କରିଥିଲେ । ୧୯୯୮ ମସିହା ସେପଟେମ୍ବର ୪ ତାରିଖରେ କାଲିଫର୍ଣ୍ଣିଆରେ ଗୁଗୁଲ୍‌ର ଜନ୍ମ ହୋଇଥିଲା ।
୨-ପ୍ରତି ବର୍ଷ ନଭେମ୍ବର ମାସର ଶେଷ ଶନିବାରକୁ ‘ହୋଲଡୋମର’ ଦିବସ ଭାବେ ପାଳନ କରାଯାଏ । ୧୯୩୨-୩୩ ମସିହାରେ ୟୁକେନ୍ରନ୍‌ରେ ମନୁଷ୍ୟକୃତ ମରୁଡ଼ି ସୃଷ୍ଟି ହୋଇଥିଲା । ଯାହାଫଳରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ । ବିଶ୍ୱର ଅଧିକାଂଶ ଦେଶ ଏହାକୁ ଏକ ନରସଂହାର ଭାବେ ନାମିତ କରିଥିଲେ । ତାକୁ ମନେ ପକାଇ ଏହାକୁ ହୋଲଡୋମୋର ଦିବସ ଭାବେ ପାଳନ କରାଯାଉଛି ।
୩- ୧୯୯୭ରେ ଶ୍ୱେତା ବଚ୍ଚନଙ୍କର ନିଖିଲ ନନ୍ଦାଙ୍କ ସହିତ ବାହାଘର ହୋଇଥିଲା । ତେବେ କିଛି ବର୍ଷ ତଳେ ସେ ତାଙ୍କର ଦୁଇ ସନ୍ତାନଙ୍କୁ ଧରି ନିଜ ଘରକୁ ଫେରି ଆସିଥିଲେ । ତା ପରଠାରୁ କେବେବି ତାଙ୍କ ସ୍ୱାମୀଙ୍କ ସହ ଦେଖିବାକୁ ମିଳି ନାହିଁ । ଯଦିଓ ସେମାନେ ଅଲଗା ରହୁଛନ୍ତି ତେବେ ସେମାନଙ୍କ ଭିତରେ ଡାଇଭୋର୍ସ ହୋଇନାହିଁ । ଏ ସମ୍ପର୍କରେ କେବେବି ଶ୍ୱେତା କିମ୍ବା ବଚ୍ଚନ ପରିବାର ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ପରିବାରର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସମସ୍ତେ ନିରବ ରହୁଥିବା କୁହାଯାଉଛି ।
୪-ଐଶ୍ୱରିୟା ରାୟଙ୍କ ସୁନ୍ଦରତା କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚା ସଅଷ୍ଟି କରିଛି । ନେଦରଲାଣ୍ଡର ଏକ ଫୁଲ ଟୁଲିପଙ୍କୁ ଐଶ୍ୱରିୟା ରାୟଙ୍କ ନାମରେ ନାମିତ କରାଯାଇଛି । ଟୁଲିପର ବିଭିନ୍ନ କିସମ ରହିଛି । ନେଦରଲାଣ୍ଡସ ସରକାର ଦେଶୀ କ୍ୟୁକେନହଫ୍‌ ବଗିଚାରେ ଥିବା ଏକ କିସମର ଟୁଲିପର ନାଁ ଐଶ୍ୱରିୟା ରଖିଛନ୍ତି । ସେହିପରି ୨୦୦୫ରେ ବ୍ରିଟେନ୍‌ରେ ଐଶ୍ୱରିୟାଙ୍କ ରୂପ ନେଇ ବାର୍ବି ଡଲ୍‌ ବଜାରକୁ ଛଡ଼ା ଯାଇଥିଲା ।
୫-ଫୁଟ୍‌ବଲ୍‌ରେ ବ୍ରାଜିଲ ସର୍ବାଧିକ ପାଞ୍ଚଥର ବିଶ୍ୱ ଚାମ୍ପିଅନ୍‌ ହୋଇଛି । ୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨ରେ ବ୍ରାଜିଲ୍‌ ବିଶ୍ୱ କପ୍‌ ଜିତିଥିଲା । ଆହୁରି ମଧ୍ୟ ଏକମାତ୍ର ଦେଶ ଭାବେ ବ୍ରାଜିଲ ଏପର୍ଯ୍ୟନ୍ତ ଖେଳା ଯାଇଥିବା ସମସ୍ତ ବିଶ୍ୱକପ୍‌ରେ ଖେଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.