ଭୁବନେଶ୍ବର ଚାକରି ଦେବାକୁ କହି ଠକୁଥିବା ଠକକୁ ଅପହରଣ ଘଟଣା: ଧରା ହେଲେ ଦୁଇ ଅପହରଣକାରୀ ଓ ଅପହୃତ ଠକ

ଭୁବନେଶ୍ବର(କେନ୍ୟୁଜ୍):ଠକକୁ ଅପହରଣ। ପୋଲିସ ହାତରେ ଧରା ହେଲେ ଦୁଇ ଅପହରଣକାରୀ ଓ ଅପହୃତ ଠକ । ଏଭଳି ଏକ ରୋମାଞ୍ଚକର  ଘଟଣାର ପର୍ଦ୍ଦାଫାସ୍ କରିଛି ଚନ୍ଦକା ଥାନା ପୋଲିସ । ଘଟଣା ଟି ଥିଲା ଏମିତି, ଅନ୍ଧାରୁଆ ଅଂଚଳରେ ରହୁଥିବା ସଦାନନ୍ଦ ବେହେରା ଚାକିରୀ ଦେବା ନାମରେ ଵିଭିନ୍ନ ଲୋକଙ୍କୁ ଠକୁଥିଲେ । ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଚାକିରୀ ଦେବା ନା ରେ  ସାଢ଼େ ୩ ଲକ୍ଷ ଟଙ୍କା ନେଇଥିଲେ ସଦାନନ୍ଦ ।

bbsr kidnap

ଦୁଇ ବର୍ଷ ପରେ ଟଙ୍କା କି ଚାକିରୀ ନ ଦେବାରୁ ସଦାନନ୍ଦକୁ ଅପହରଣ କରିଥିଲେ ପୁରୀ ଅଞ୍ଚଳର ପ୍ରମୋଦ ମହାନ୍ତି ଓ ନୟାଗଡ଼ର ସନ୍ତୋଷ ପଟ୍ଟନାୟକ । ପରେ ସଦାନନ୍ଦଙ୍କ ସ୍ତ୍ରୀକୁ ଫୋନ କରି ସାଢ଼େ ୩ ଲକ୍ଷ ମାଗିଥିଲେ । ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସେମାନଙ୍କ ନମ୍ବର କୁ ଟ୍ରାକ କରି ପୋଲିସ ଖୋର୍ଦ୍ଧା ରେ ଏକ ଫର୍ମା ହାଉସ ରେ  ଚଢ଼ାଉ କରିବା ପରେ ଅପହରଣକାରୀ ଓ ଅପହୃତା କୁ କାବୁ କରିଥିଲେ । ପରେ ପୁରା ଘଟଣା ସାମ୍ନା କୁ ଆସିବା ପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟ୍ଟନାୟକ ଙ୍କୁ ଗିରଫ କରିଛି ପୋଲିସ୍। ସେହିପରି ସଦାନନ୍ଦ କୁ ମଧ୍ଯ ଠକେଇ ଅଭିଯୋଗରେ ଗିରଫ କରିଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ  କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.