ଆଜି ଛତିଶା ନିଯୋଗ ବୈଠକ: ମହାପ୍ରଭୁଙ୍କ ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ଆଜି ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ସନ୍ଧ୍ୟା ୫ଟାରେ ବୈଠକ ବସିବ। ବୈଠକରେ ମହାପ୍ରଭୁଙ୍କ ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ବିସ୍ତୃତ ଆଲୋଚନା କରାଯିବ। ଆସନ୍ତା ମାର୍ଚ୍ଚ ୬ତାରିଖରେ ମେଣ୍ଢାପୋଡି ନୀତି ଓ ୭ତାରିଖରେ ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।

ପୁରୀ(କେନ୍ୟୁଜ୍): ଆଜି ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ସନ୍ଧ୍ୟା ୫ଟାରେ ବୈଠକ ବସିବ। ବୈଠକରେ ମହାପ୍ରଭୁଙ୍କ ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ବିସ୍ତୃତ ଆଲୋଚନା କରାଯିବ। ଆସନ୍ତା ମାର୍ଚ୍ଚ ୬ତାରିଖରେ ମେଣ୍ଢାପୋଡି ନୀତି ଓ ୭ତାରିଖରେ ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।

ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଦୋଳବେଦୀକୁ ବିଜେ କରିବେ। ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ଓ ମହାପ୍ରସାଦ ଠିକ୍‌ ସମୟରେ ବାହାରିବ ସେନେଇ ଆଲୋଚନା ହେବ। ଆଲୋଚନା ପରେ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯିବ।

ଏହାସହ ଯୁଦ୍ଧକାଳୀନ ଭିତ୍ତିରେ କିପରି ଦୋଳବେଦୀ ଚାରିପଟ କାମ ସରିବ ସେନେଇ ମଧ୍ୟ ଆଲୋଚନା ହେବ। ବୈଠକରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ, ଏସ୍‌ପି ,ସେବାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.