ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକି, ଶେଷରେ ଛାଡିଲା ପାଣି

ଛତିଶଗଡ଼କୁ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌ ଖେଳିଛି ଛତିଶଗଡ଼ । ୨୦ଟି ଗେଟକୁ ପାଖାପାଖି ୧୦ ଇଞ୍ଚ ଯାଏଁ ଖୋଲା ରଖିଛି । ଫଳରେ ହଠାତ୍‌ ଓଡିଶାକୁ ପାଣି ଆସିବା ପରେ ଏହି ସତ ସାମ୍ନାକୁ ଆସିଛି ।

କେନ୍ୟୁଜ୍(ବ୍ୟୁରୋ): ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଛତିଶଗଡ଼କୁ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌ ଖେଳିଛି ଛତିଶଗଡ଼ । ୨୦ଟି ଗେଟକୁ ପାଖାପାଖି ୧୦ ଇଞ୍ଚ ଯାଏଁ ଖୋଲା ରଖିଛି । ଫଳରେ ହଠାତ୍‌ ଓଡିଶାକୁ ପାଣି ଆସିବା ପରେ ଏହି ସତ ସାମ୍ନାକୁ ଆସିଛି । ଯାହାକୁ ସତ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । କଲମା ସମେତ ଚିରେଲିର ମଧ୍ୟ ୧୧ଟି ଗେଟ୍‌ ଖୋଲିଥିବା ଜଣାପଡିଛି । କଲମାର ସର୍ବୋଚ୍ଚ ଜଳସ୍ତର ୧୯୭ ମିଟର ଛୁଇଁ ସାରିଛି ।

ସେପଟେ ଝାରସୁଗୁଡା ଦେଇ ଯାଇଥିବା ଶୁଖାସୋଢାରେ ବର୍ତ୍ତମାନ ପାଣି ଦେଖା ଦେଇଛି। କିଛି ପାଣି ଧିରେ ଧିରେ ହୀରାକୁଦ ଜଲଭଣ୍ଡାରକୁ ପହଁଚିଛି । ଏବେ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୧୧ ଫୁଟ ରହିଛି।  ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ ଓଡିଶା ଆସୁଛନ୍ତି। ପ୍ରଥମେ ଡେଲଟା ଏରିଆ ପରିଦର୍ଶନ କରିବେ । କିନ୍ତୁ ଛତିଶଗଡ଼ ଗେଟ ଖୋଲୁଥିଲେ ବି ହୀରାକୁଦରେ ଜଳସ୍ତର ବଢିନି। ବିଭିନ୍ନ ପର୍ଯ୍ୟାୟରେ ଛତିଶଗଡ଼କୁ ଗେଟ ଖୋଲିବା ପାଇଁ ଚିଠି ଲେଖିଥିଲୁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.