ଆଜି ଛତିଶା ନିଯୋଗ ବୈଠକ: ପହିଲି ଭୋଗ ନୀତି ର୍ନିଘଣ୍ଟ ସହ ନୂଆବର୍ଷରେ ଦର୍ଶନ ବନ୍ଦ ରହିବ କି ନାହିଁ ହେବ ନିଷ୍ପତି

ପୁରୀ(କେନ୍ଯୁଜ୍): ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ହେବ ଛତିଶା ନିଯୋଗ ବୈଠକ । ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବ ବୈଠକ । ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଶ୍ରୀମନ୍ଦିରରେ ଚାଲିବାକୁ ଥିବା ପହିଲି ଭୋଗ ନୀତି ର୍ନିଘଣ୍ଟ ଅନୁମୋଦନ କରାଯିବ ।

ନୀତି ର୍ନିଘଣ୍ଟ କିଭଳି ଶୃଙ୍ଖଳିତ ହେବ ସେନେଇ ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ । ଏହାସହ ଡିସେମ୍ବର ୨୫ ବଡଦିନ ଓ ୩୧ ତାରିଖ ବର୍ଷର ଶେଷ ଦିନ ସହ ନୂଆବର୍ଷ ଅବସରରେ ଶ୍ରୀମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ରହିବ କି ନାହିଁ ସେନେଇ ବୈଠକରେ ଚୁଡାନ୍ତ ନିଷ୍ପତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.