ସାତ ଜନ୍ମର ସାଥି ହୋଇଗଲେ କ୍ୟାଟ୍ରିନା ଏବଂ ବିକ୍କି, ପ୍ରାଇଭେସୀ ରଖିବା ପରେ ସାମ୍ନାକୁ ଆସିଲା ଫଟୋ

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା। ଅନ୍ତ ହେଲା ଫ୍ୟାନ୍ସ ମାନଙ୍କର ଅପେକ୍ଷା । ବହୁ ପ୍ରତିକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା। ବଲିଉଡ୍‌ର ବହୁ ଚର୍ଚ୍ଚିତ କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହର ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି । ଦୁହିଁଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଦୁହେଁ ଫଟୋରେ ବେଶ୍‌ ଖୁସି ଥିବା ମଧଦ୍ୟ ନଜର ଆସିଛନ୍ତି। ବିକ୍କି କୌଶଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।

ଏଥିରେ କ୍ୟାଟ୍ରିନା ନାଲି ରଙ୍ଗର ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି । କେଶରେ ଗଜରା, ହାତରେ ଚୁଡି ଆଉ ନାକରେ ନୋଥ ଲଗାଇ କ୍ୟାଟ୍ରିନା ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। କନ୍ୟା ଏବଂ ବର ହୋଇଥିବା କ୍ୟାଟ୍ରିନା-ବିକ୍କିଙ୍କୁ ଆତସବାଜିରେ ସ୍ୱାଗତ କରାଯାଇଥିଲା। ବିକ୍କି ଏକ ଧଳା ଶେରୱାନିରେ ସୁନ୍ଦର ଦେଖାଯାଉଥିଲେ ।

 

View this post on Instagram

 

A post shared by Vicky Kaushal (@vickykaushal09)

ବିକ୍କି ଫଟୋ ସେୟାର କରି ନୂଆ ଜୀବନ ଆରମ୍ଭ ପାଇଁ ଫ୍ୟାନ୍ସମାନଙ୍କୁ ଶୁଭକାମନା ମାଗିଛନ୍ତି। କେବଳ ବିକ୍କି ନୁହେଁ କ୍ୟାଟ୍ରିନା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି।

ରାଜସ୍ଥାନ ସଓ୍ଵାଇ ମାଧୋପୁର ଜିଲ୍ଲା ସ୍ଥିତ ସିକ୍ସ ସେନ୍‌ସ ବରଓ୍ଵାଡ଼ା ଫୋର୍ଟରେ କ୍ୟାଟ୍‌ ଓ ବିକ୍କିଙ୍କ ବିବାହ ଆୟୋଜିତ ହେଇଥିଲା। ବିବାହରେ ବଛା ବଛା ୧୨୦ ଜଣ ଅତିଥି ଯୋଗ ଦେଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ବିବାହ ପରେ ଉଭୟେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍‌ ଦେବେ ବୋଲି ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ, ବିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ବ୍ୟବସ୍ଥା ବେଶ୍‌ କଡ଼ାକଡ଼ି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.