ଲାଲଗଡ଼ରେ ପ୍ରତିଷ୍ଠା ହେଲା ଆଉ ଏକ BSF କ୍ୟାମ୍ପ, ଏଥର ପଛ ଘୁଞ୍ଚା ଦେବେ ନକ୍ସଲ

ମାଲକାନଗିରି(କେନ୍ଯୁଜ୍): ଲାଲଗଡ଼ରେ ଆଉ ଗୋଟେ ପାଦ ଆଗକୁ ବଢ଼ିଲା BSF ଯବାନ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଘନବେଢା ଠାରେ ପ୍ରତିଷ୍ଠା ହେଲା ନୂଆ ବିଏସଏଫ କ୍ୟାମ୍ପ । ପଛ ଘୁଞ୍ଚା ଦେବେ ନକ୍ସଲ । ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସଫୁଟ ପଂଚାୟତର ଘନବେଢ଼ା ଠାରେ ପ୍ରତିଷ୍ଠା ହେଲା ନୂଆ ବିଏସଏଫ କ୍ୟାମ୍ପ ।

ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂହ, ମାଲକାନଗିରି ଏସ ପି ପ୍ରହ୍ଲାଦ ସାଇ ମିନା, ବିଏସଏଫ କମାଣ୍ଡାଣ୍ଟ ଆର ଏସ ମିଞ୍ଜ, ଚିତ୍ରକୁଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ଵିବେଦୀଙ୍କ ଉପସ୍ଥିତିରେ ନୂଆ ବିଏସଏଫ କ୍ୟମ୍ପ ପ୍ରତିଷ୍ଠା କରାଗଲା । ମାଓ ଦମନକୁ ଜୋରଦାର କରିବାକୁ କ୍ୟାମ୍ପ ଏବଂ ଯୋଡ଼ାମ୍ବ ଥାନା ର୍ନିମାଣ କରାଯାଇଥିଲା ।

ଉନ୍ନୟନ ମୂଳକ କାମକୁ ଆଗେଇ ନେବା ତଥା ମାଓ ଦମନ ପାଇଁ ଘନବେଢ଼ା ଠାରେ ବିଏସଏଫ କ୍ୟାମ୍ପ ର୍ନିମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବିଛିନ୍ନାଂଚଳ ରୂପେ ପରିଚିତ ଥିଲା । ଦୁର୍ଗମ ଓ ପାହାଡିଆ ଅଞ୍ଚଳ ହୋଇଥିବାରୁ ମାଓବାଦୀ ଙ୍କ ଚରାଭୂଇଁ ରୂପେ ପରିଚିତ ଥିଲା । ଗୁରୁପ୍ରିୟା ସେତୁ ହେବା ପରେ ବଦଳିବାରେ ଲାଗିଛି ଏହି ଅଂଚଳର ସ୍ଥିତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.