ପାଣିରେ ପଡିଗଲା ଦାମୀ ମୋବାଇଲ ଫୋନ, ଖୋଜିବା ପାଇଁ ଖାଲି କରିଦେଲେ ପୁରା ଡ୍ୟାମ୍
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଘଟିଛି ଏଭଳି ଘଟଣା । ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଛନ୍ତି । ଛତିଶଗଡ଼ ମନ୍ତ୍ରୀ ଅମରଜିତ ଭାଗବତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ମାଲକାନଗିରି(କେନ୍ୟୁଜ୍): ଛତିଶଗଡ଼ରେ ଅଜବ ଦୃଶ୍ୟ । ମୋବାଇଲ ପାଇଁ ଖାଲି କରିଦେଲେ ପୁରା ଡ୍ୟାମ୍ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଘଟିଛି ଏଭଳି ଘଟଣା । ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଛନ୍ତି । ଛତିଶଗଡ଼ ମନ୍ତ୍ରୀ ଅମରଜିତ ଭାଗବତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କୋଏଲିବେଡା ବ୍ଲକର ଖାଦ୍ୟ ଅଧିକାରୀ ରାଜେଶ ବିଶ୍ୱ ସୋମବାର ଛୁଟିଦିନ ପାଇଁ ଖେରକଟା ପାରଲକୋଟ ଜଳଭଣ୍ଡାର ଯାଇଥିଲେ ।
ସେଲଫି ନେବା ସମୟରେ ତାଙ୍କ ପ୍ରାୟ ଲକ୍ଷ ଟଙ୍କାର ସାମସଙ୍ଗ ଏସ୍ ସିରିଜ୍ ଫୋନ୍ ଜଳଭଣ୍ଡାରରେ ପଡିଯାଇଥିଲା । ଏହାପରେ ଖାଦ୍ୟ ନିରୀକ୍ଷକ ତୁରନ୍ତ ଜଳ ସମ୍ପଦର ଏସ୍ଡିଓଙ୍କ ସହ କଥା ହୋଇଥିଲେ । ଜଳଭଣ୍ଡାରରୁ ପାଣି ଖାଲି କରିବାକୁ ନିର୍ଦ୍ଦେଶ ଦେଇ ତୁରନ୍ତ ଖାଲି କରିଥିଲେ । ଘଟଣାରେ କାଙ୍କେର ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଲା ଖାଦ୍ୟ ନିରୀକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଏସ୍ଡିଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।.