୬୦୦ ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ଜରୁରୀକାଳିନ ଦ୍ୱାର ଖୋଲିଦେଲେ ଯାତ୍ରୀ , ୯ ଆହତ

ବେଳେବେଳେ ଏମିତି ମନୁଷ୍ୟକୃତ ଅଘଟଣ ଘଟେ ଯାହା ପାଇଁ ବହୁତ ବଡ଼ ଦୁର୍ଘଟଣା ଘଟିଯାଏ । ଏମିତି ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ସାଉଥ କୋରିଆ ଏସିଆନା ଏୟାରଲାଇନ୍ସ A321 ବିମାନରେ । ଜଣେ ଯାତ୍ରୀ ବିମାନର ଜରୁରୀକାଳିନ ଦ୍ୱାର (ଏମର୍ଜେନ୍ସି ଡୋର) ଖୋଲି ଦେଇଥିଲେ ।

ନୂଆଦିଲ୍ଲୀ : ବେଳେବେଳେ ଏମିତି ମନୁଷ୍ୟକୃତ ଅଘଟଣ ଘଟେ ଯାହା ପାଇଁ ବହୁତ ବଡ଼ ଦୁର୍ଘଟଣା ଘଟିଯାଏ । ଏମିତି ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ସାଉଥ କୋରିଆ ଏସିଆନା ଏୟାରଲାଇନ୍ସ A321 ବିମାନରେ । ଜଣେ ଯାତ୍ରୀ ବିମାନର ଜରୁରୀକାଳିନ ଦ୍ୱାର (ଏମର୍ଜେନ୍ସି ଡୋର) ଖୋଲି ଦେଇଥିଲେ ।

ସେତେବେଳେ ବିମାନ ଉଡୁଥିଲା ପ୍ରାୟ ୨୦୦ ମିଟର ବା ୬୦୦ ଫୁଟ ଉପରେ । ଜରୁରୀକାଳିନ ଦ୍ୱାର ଖୋଲି ଯିବାରୁ ବିମାନରେ ପ୍ରଚଣ୍ଡ ଶବ୍ଦରେ ପବନ ପ୍ରବେଶ କରିଥିଲା । ବିମାନ ଭିତରେ ଥିବା ଜିନିଷମାନ ଉଡିବାକୁ ଲାଗିଥିଲା । ବିମାନରେ ଥିବା ଲୋକେ ଠିକଭାବେ ନିଶ୍ୱାଃସ ନେଇ ପାରିନଥିଲେ । ବିମାନରେ ଏହି ସମୟରେ ୧୯୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।

ଏହାଫଳରେ ୯ ଜଣ ବୃଦ୍ଧ ଓ ଶିଶୁ ଆହତ ହୋଇଥିଲେ । ବିମାନଟି ଅବତରଣ ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯାତ୍ରୀମାନେ ସେତେତା ଗୁରୁତର ହୋଇ ନଥିବା ଜଣାଯାଇଛି । ପୋଲିସ ୪୪ ବର୍ଷ ବୟସ୍କ ଏହି ବ୍ୟକ୍ତିକୁ ଗିରଫ କରିଛି ।

ଏହି ସମୟରେ ଜଣେ ଯାତ୍ରୀ ବିମାନର ଦୃଶ୍ୟ ମୋବାଇଲରେ ରେକଡିଂ କରି ଦେଇଥିଲେ । ସେହି ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । କେଉଁ ପାଇଁ ମଝି ଆକଶରେ ଦ୍ୱାର ଖୋଲିଲେ ସେ ସମ୍ପର୍କରେ ଜଣାପଡିନାହିଁ । ପୋଲିସ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.